ଗଣତନ୍ତ୍ର ଦିବସ ଉପଲକ୍ଷେ ସୁଦର୍ଶନଙ୍କ ନିଆରା ବାଲୁକା କଳା କରୁଛି ଆକର୍ଷିତ

Published: Jan 26, 2023, 12:09 pm IST
Sand Art on RDay

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଥର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନିର୍ମାଣ କରିଛନ୍ତି ସ୍ବତନ୍ତ୍ର ବାଲୁକା କଳା। ଏହି କଳା ଏଇଥିପାଇଁ ସ୍ବତନ୍ତ୍ର ରହିଛି କାରଣ ସେ ଏଥର ବାଲୁକା କଳାରେ ସ୍ଥାପନ କରିଛନ୍ତି ଷ୍ଟିଲ ଗିନାରେ ଥିବା ମହମ ବତୀ। ଯାହା ଗଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି।

ପୁରୀ ବେଳାଭୂମିରେ ସୁଦର୍ଶନ ନିର୍ମାଣ କରିଛନ୍ତି ଏହି ବାଲୁକା କଳା। ଏଥିରେ ସେ ବିଭିନ୍ନ ରଂଗର ମହମ ଭର୍ତ୍ତି ଷ୍ଟିଲ କପକୁ ସ୍ଥାପନ କରିଛନ୍ତି।  ସୁଦର୍ଶନ ୭୪ତମ ସାଧାରଣତନ୍ତ୍ରକୁ ଏହି କପ ଦ୍ବାରା ସଜାଇଛନ୍ତି। ସେହିପରି ସ୍ଥାପତ୍ୟ ମଝିରେ ସେ ଇଂରାଜୀରେ ‘ହାପି ରିପବ୍ଲିକ ଡେ’ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ସେ ଏହି ସ୍ଥାପତ୍ୟରେ ମଦର ଇଣ୍ଡିଆ ଏବଂ ପାରା ଉଡୁଥିବାରୁ ଦୃଶ୍ୟକୁ କାଳାକୃତରେ ସ୍ଥାନିତ କରିଛନ୍ତି। ଏହାର ଠିକ ଉପରେ ସୁଦର୍ଶନ ଇଂରାଜୀରେ ‘ଆଇ ଲଭ ମାଇ ଇଣ୍ଡିଆ’ ବୋଲି ମଧ୍ୟ ଲେଖିଛନ୍ତି। ଏହି କଳାକୃତି ସାଧାରଣତନ୍ତ୍ର ଦିବସରେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିପାରିଛି।

Related posts