ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ଭିତରେ ଥିବା ଫଟୋରୁ ଜାଣନ୍ତୁ କିପରି ପାରଂପାରିକ ଶୈଳୀରେ ଚାଲିଛି କାମ

Published: May 23, 2020, 7:15 pm IST

ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ  ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ ଚାଲିଛି। ଆଜି ରଥକାମ ଯେଉଁ ପର୍ଯ୍ୟାୟରେ ପହଁଚିବା କଥା ତାହାଠାରୁ ଆଗରେ କାମ ଚାଲିଛି।

ପାରଂପାରିକ କାଠର ହାତୁଡି ସାହାର୍ଯ୍ୟରେ ମହାରଣା ସେବକମାନେ କରୁଛନ୍ତି ରଥ ଚକର ପଇ କାମ
ରଥରେ ଲାଗିବାକୁ ଥିବା ବିଭିନ୍ନ କାରୁକାର୍ଯ୍ୟକୁ ପାରଂପାରିକ ଶୈଳୀରେ ନିର୍ମାଣ କରୁଛନ୍ତି ସେବକ
ରଥଚକ ନିର୍ମାଣ କରିବାରେ ଲାଗିଛନ୍ତି ମହାରଣା ସେବକଗଣ
ରଥରେ ଲାଗିବାକୁଥିବା ଲୁହାକଣ୍ଟାକୁ ପାରଂପାରିକ ଶୈଳୀରେ ନିର୍ମାଣ କରୁଛନ୍ତି କମାର ସେବକ
ପାରଂପାରିକ ନିର୍ମାଣ ଜିନିଷ ବ୍ୟବହାର କରି ସେବକମାନେ ରଥକାଠକୁ ସାଇଜ କରୁଛନ୍ତି
ସେହି ପାରଂପାରିକ କାଠର ହାତୁଡି ସହିତ ନିହଣରେ ଚାଲିଛି କାରୁକାର୍ଯ୍ୟ

Related posts