Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଚକ୍ରଧର ସାହୁ;ଭଲ ସିନେମା କରିବାର ନିଶାରେ ତାଙ୍କ ଜୀବନ ଥିଲା ଏକ ସଂଗ୍ରାମ
ବ୍ୟକ୍ତିତ୍ୱ

ଚକ୍ରଧର ସାହୁ;ଭଲ ସିନେମା କରିବାର ନିଶାରେ ତାଙ୍କ ଜୀବନ ଥିଲା ଏକ ସଂଗ୍ରାମ

February 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନବେ ଦଶକରେ ଗୋଦାବରୀଶ ମହାପାତ୍ରଙ୍କ ଚର୍ଚ୍ଚିତ କାହାଣୀ   ‘ନୀଳ ମାଷ୍ଟରାଣୀ’ କୁ ନେଇ ସିନେମା କରିବାର ଗୋଟେ ବଡ ସାହସ ପ୍ରଦର୍ଶନ କରିବା, କିଛି କମ କଥା ନୁହେଁ। ଓଡିଆ ସିନେମାର ଅବକ୍ଷୟ କାଳରେ ଯେଉଁ କେତେଜଣ ସିନେମା ନିର୍ମାତା ଭଲ ସିନେମାର ଧାରାକୁ ଅବ୍ୟାହତ ରଖିଥିଲେ, ସେମାନଙ୍କ ଛୋଟିଆ ଗୋଷ୍ଠୀରେ ଯୋଗ ଦେଇଥିଲେ ଚକ୍ରଧର ସାହୁ। ୧୯୯୬ରେ ଚକ୍ରଧର ସାହୁଙ୍କର ବୟସ ମାତ୍ର ପଇଁତିରିଶ। ମୁମ୍ବାଇ ସିନେମାରେ ଭଲ ସମ୍ପାଦନାର ମୋହ ଛାଡି ସେ ଓଡିଶା ଆସିଥିଲେ, ଭଲ ସିନେମା କରିବେ ବୋଲି। ସେ ସିନେମା ତିଆରି କରିବା ଥିଲା ଗୋଟେ ଲମ୍ବା  ସଙ୍ଘର୍ଷର କାହାଣୀ। ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ, ପୁନା ରୁ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣ ଯୁବକ ଚକ୍ରଧର ସାହୁ ଓ ତୁଳସୀଦାସ ମିଶ୍ର, ଏ ସିନେମାକୁ ଆଗେଇ ନେବାର ସାହସ ଦେଖାଇଥିଲେ। ଆଜି ‘ନୀଳ ମାଷ୍ଟରାଣୀ’କୁ ସିନେମା ଭାବରେ କେମିତି ଦେଖାଯିବ, ତାହା ଅପେକ୍ଷା ସେ ସିନେମା ତିଆରି କରିବାର ସାହସ ବେଶୀ ଗୁରୁତ୍ୱପୂର୍ଣ୍ଣ। ଚକ୍ରଧର ସାହୁ, ମୁମ୍ବାଇ ରୁ ଫେରି ଏଇ ସିନେମାକୁ କରିବା ପଛରେ ଗୋଟେ ଦୁଃସାହସ ଥିଲା ନିଶ୍ଚୟ। ବ୍ୟାବସାୟିକ ସିନେମା ନକରି, ଭଲ ସିନେମା ଓ କଳାତ୍ମକ ଜୀବନବୋଧର ନିର୍ମାଣ କରିବାର ଯେଉଁ ଧାରା ନିରଦ ମହାପାତ୍ର ଓ ମନମୋହନ ମହାପାତ୍ର ଓଡିଶାରେ ପ୍ରତିଷ୍ଠା କରିଥିଲେ ସେଥିରେ ଚକ୍ରଧର ସାହୁ ନିଜକୁ ସାମିଲ କଲେ।୧୧୯୬ ରେ ନୀଳ ମାଷ୍ଟରାଣୀ ପାଞ୍ଚଟି ରାଜ୍ୟ ଚଳଚ୍ଚିତ୍ର ପୁରଷ୍କାର ପାଇଲା।

ଆଜି ହଠାତ ଚକ୍ରଧର ସାହୁ ଚାଲିଗଲେ। ବୟସ କେତେ କମ। ଓଡିଆ ସିନେମା ତାଙ୍କଠୁ ବହୁତ କିଛି ଆଶା କରୁଥିବା ବେଳେ ସେ ହଠାତ ଚାଲିଯିବା, ଦୁର୍ଭାଗ୍ୟର ବିଷୟ। ମୌଳିକ କାହାଣୀ କୁ ନେଇ ଚାରୋଟି ମାତ୍ର ଓଡିଆ ସିନେମା ସେ କରିଛନ୍ତି। ସବୁଥିରେ ନିଜର ମୌଳିକତା ଓ କଳାତ୍ମକ ଉତ୍କର୍ଷ ଦେଖାଇବାକୁ ଯାଇ ବ୍ୟାବସାୟିକ କ୍ଷତି ସହିଛନ୍ତି। କିନ୍ତୁ ସାରା ଜୀବନ ଜଣେ ନମ୍ର ଓ ଦକ୍ଷ ସିନେମା ନିର୍ମାତା ଭାବରେ ସେ ନିଜର ପ୍ରତିଷ୍ଠା ତିଆରି କରିଯାଇଛନ୍ତି।

ଚକ୍ରଧର ସାହୁଙ୍କ ଜନ୍ମ ୧୯ ଫେବୃଆରୀ ୧୯୬୧ l ଘର ଟିଟିଲାଗଡ଼ | ସେଇଠି ଜନ୍ମ ଓ ପାଠପଢା | ବାପା ନାଭ ସାହୁ l ମା କଷଣୀ ସାହୁ l ଉତ୍କଳ ବିଶ୍ଵ ବିଦ୍ୟାଳୟରୁ ରୁ ଆଇନରେ ସ୍ନାତକ କଲାପରେ ପରେ ୧୯୮୬ ରେ ପୁନା ଫିଲ୍ମ ଇନ୍ସଟିଚ୍ୟୁଟରେ ପ୍ରଵେଶ | ୧୯୮୮ରେ ପାସ କରି ଶ୍ୟାମ ବେନେଗାଲଙ୍କ ‘ଭାରତ ଏକ ଖୋଜ’ ସିରିଏଲର ଆସୋସିଏଟ ଏଡିଟର ଭାବେ କାମ କରନ୍ତି | ଯେଉଁ ଯୁବକ ବାଇକରେ ଆସି ତାଙ୍କୁ ଏ ସିରିଆଲର ଅଫର ଦେଇଥିଲେ ସେ ହେଉଛନ୍ତି ତାଙ୍କର ସହପାଠୀ ରାଜକୁମାର ହିରାନୀ l ପରେ ପରେ ସିପି ଫିଲ୍ମସ ବ୍ୟାନରରେ ‘ପଥର କେ ଫୁଲ’, ତ୍ରିମୂର୍ତ୍ତି ଫିଲ୍ମସର ‘ବିଶ୍ୱାତ୍ମା’ରେ ଆସୋସିଏଟ ଏଡିଟର ଭାବେ ସୁଯୋଗ ମିଳେ l ସ୍ୱାଧୀନ ଭାବେ ସମ୍ପାଦନାର ଦାୟିତ୍ୱ ମିଳେ ମହେଶ ଭଟ୍ଟଙ୍କ ନିର୍ଦେଶିତ ଦୂରଦର୍ଶନ ଧାରାବାହିକ’ଜମୀନ ଆସମାନ’ରେ | ଏହା ବ୍ୟତୀତ ଶିଶୁ ଚଳଚ୍ଚିତ୍ର ‘କରାମତୀ କୋଟ’ ଓ ଓଡ଼ିଆ ଫିଲ୍ମ ‘ଇନ୍ଦ୍ରଧନୁର ଛାଇ’ରେ ସମ୍ପାଦନା ଦାୟିତ୍ୱ ସମ୍ପାଦନ କରନ୍ତି l 1996ରେ ଅଫର ମିଳେ ‘ନୀଳ ମାଷ୍ଟ୍ରାଣୀ’ର l ଆରମ୍ଭ ହୁଏ ନିର୍ଦ୍ଦେଶନାର କ୍ୟାରିୟର l  ‘ନୀଳ ମାଷ୍ଟ୍ରାଣୀ’, ‘ତୁମକୁ ପାରୁନି ତ ଭୁଲି ‘, ‘କେବେ ତୁମେ ନାହଁ କେବେ ମୁଁ ନାହିଁ ‘ ଓ ‘ମୀମାଂସା’ ଭଳି ସିନେମା ତିଆରି ପାଇଁ ସେ ସବୁଦିନେ ମନେ ରହିବେ ।

(ଫଟୋ ଓ ତଥ୍ୟ- ହରପ୍ରସାଦ ମହାପାତ୍ର) 

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.