ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୁର ପ୍ରେମ, ନିଜ ବାସଭବନରେ ମୟୁରଙ୍କୁ ଦେଉଛନ୍ତି ଖାଦ୍ୟ

Published: Aug 23, 2020, 3:12 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ତାହା ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ମୟୁରମାନଙ୍କୁ ନେଇ। ନୂଆଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ଆଗରୁ ମୟୁର ରହିଆସୁଛନ୍ତି। ହେଲେ ତାହା ସେହିଠାରେ ଥିବା ଲୋକମାନେ ଜାଣିଥିଲେ। ଆଜି ବିଭିନ୍ନ ସୋସିଆଲ ମିଡିଆରେ ମୋଦିଙ୍କ ବାସଭବନ ଭିତରେ ଥିବା ମୟୁର ଭିଜୁୟାଲ ଆସିବା ପରେ ତାହା ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଛି।

ଏହି ମୟୁରମାନେ ପ୍ରଧାନମନ୍ତ୍ରୀ ମର୍ଣ୍ଣିଂ ୱାକ କରୁଥିବା ବେଳେ ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ସାଧାରଣତଃ ମଣିଷ ଦେଖିଲେ ପକ୍ଷୀମାନେ ପଳାଇଯାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ବାସଭବନର ମୟୁର ମୋଦିଙ୍କୁ ଦେଖିଲେ ମଧ୍ୟ ଡରୁ ନାହାଁନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ, ପ୍ରଧାନମନ୍ତ୍ରୀ ଏହି ମୟୁରମାନଙ୍କୁ ଭଲ ପାଉଥିବାରୁ ତାହା ସେମାନଙ୍କ ପାଇଁ ନୂଆ ହୋଇ ନାହିଁ। ସେହିପରି ମୋଦି ବଗିଚାରେ ବସି ପଢୁଥିବା ବେଳେ ମଧ୍ୟ ଏହି ମୟୁରମାନେ ତାଙ୍କ ପାଖରେ ରହିଥାନ୍ତି। ଏପରିକି ମୋଦି ମୟୁରମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଖାଇବାକୁ ଦେଇଥାନ୍ତି।

Related posts