ଘୋଷଣା ହେଲା ପୁରୁଣା ଭୁବନେଶ୍ବର ବିକାଶ ପାଇଁ ଏକାମ୍ର ଯୋଜନାର ପରାମର୍ଶଦାତା କମିଟ

Published: Jun 7, 2021, 8:50 pm IST

ଭୁବନେଶ୍ୱର: ଐତିହ୍ୟ ସହର ପୁରୁଣା ଭୁବନେଶ୍ବରର ବିକାଶ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଏକାମ୍ର ଯୋଜନା। ଏହି ଯୋଜନା ମାଧ୍ୟମରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ।

ଏହି ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ। ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ସେହି କାର୍ଯ୍ୟଧାରକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟ ଗଠନ କରିଛନ୍ତି।

ଏହି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।  ଏଥିସହିତ କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଭୁବନେଶ୍ବର ଡିସିପି, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ । ବିଶିଷ୍ଠ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ସଦସ୍ୟ ଅଛନ୍ତି। ସେହିପରି କମିଟିରେ  ୩ଜଣ ସେବାୟତ ମଧ୍ୟ ରହିବେ।

ଡକ୍ଚର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ  ନିର୍ଦ୍ଦେଶକ ଅଛନ୍ତି। ଏଥିସହିତ ସେ କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ନିଯୁକ୍ତ ଅଛନ୍ତି  । ପୂର୍ବରୁ ସେ ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।

Related posts