Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ରଜରେ କାହିଁକି ପୋଡାପିଠା ଖିଆ ଯାଇଥାଏ, ତାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ଧର୍ମ

ରଜରେ କାହିଁକି ପୋଡାପିଠା ଖିଆ ଯାଇଥାଏ, ତାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

June 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଜାଣିଛନ୍ତି କି ? ରଜରେ କାହିଁକି ପୋଡାପିଠା ଖିଆ ଯାଇଥାଏ

ଭୁବନେଶ୍ବର, ରାଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ।

ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ। ଏହାପରେ ପୁଣି ତାକୁ ଗୋଟିଏ ରାତି ନିଆଁରେ ପୋଡା ଯାଇଥାଏ। ଏଥିରେ ଗୁଡ ନଡିଆ ସହିତ କାଜୁ ପ୍ରଭୃତି ଜିନିଷ ପକାଯାଇଥାଏ।

ତେବେ ଏହି ଗରିଷ୍ଠ ଖାଦ୍ୟ ରଜ ସମୟରେ ଖାଇବାର କାରଣ ରହିଛି। ତାହା ହେଲା ରଜ ସମୟରେ ପ୍ରାୟତଃ ବର୍ଷାର ଆଗମନ ହୋଇଥାଏ। ତା ପୂର୍ବରୁ ଧରାପୃଷ୍ଠ ଖରାରେ ସିଝି ଗରମ ରହିଥାଏ। ସିଝା ମାଟି ଉପରେ ବର୍ଷା ପଡିଲେ ପ୍ରକୃତିରେ ଏକ ଭିନ୍ନ ପ୍ରକାରର ପରିବେଷ ସୃଷ୍ଟି ହୋଇଥାଏ। ଠିକ୍ ଏହି ସମୟରେ ମଣିଷର ହଜମ ଶକ୍ତି ବୃଦ୍ଧି ପାଇଥାଏ। ତାହାକୁ ମୁକିବିଲା କରିବା ପାଇଁ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଆମର ପୂର୍ବପୁରୁଷମାନେ ବ୍ୟବହାର କରି ଆସୁଛନ୍ତି।

ଏହି ସମୟରେ ଜଗତର ନାଥ ଜଗନ୍ନାଥ ମଧ୍ୟ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଗ୍ରହଣ କରିଥାନ୍ତି। ଆଷାଢ ମାସରେ ହେଉଥିବା ରଥଯାତ୍ରା ସମୟରେ ପୋଡପିଠା ଭୋଗ ଲାଗି କରିବା ପ୍ରଥା ରହିଛି। ଯେତେବେଳେ ତିନିଠାକରୁ ଗୁଣ୍ଡିଚା ଘରୁ ମନ୍ଦିରକୁ ଫେରନ୍ତି ସେତେବେଳେ ମାଉସୀମା ମନ୍ଦିରରେ ପୋଡପିଠା ଭୋଗ ପରଂପରା ରହିଛି। ତେଣୁ ବର୍ଷାର ଆଗମନରେ ପ୍ରଭୃ ମଧ୍ୟ ଏହି ଗରିଷ୍ଠ ଖାଦ୍ୟ ଗ୍ରହଣ କରିଥାନ୍ତି।

Raja ପୋଡପିଠା ରଜ
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟାରଲିଙ୍କ୍ ବିବାଦ: ମସ୍କଙ୍କ ଉପରେ ବର୍ଷିଲେ ଓୱେସି, ବିଜେପିକୁ ମଧ୍ୟ କଲେ ଟାର୍ଗେଟ

October 16, 2026

‘SSR କୁ ଓଲଟାଇଲେ RSS…’: ଇସିଆଇର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ ଯାଦବ

October 16, 2026

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026
Latest News

ଡୋଭାଲଙ୍କ ସମର୍ଥନରେ ବାହାରିଲେ ପୂର୍ବତନ ସୈନିକ: ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026

ଷ୍ଟାରଲିଙ୍କ୍ ବିବାଦ: ମସ୍କଙ୍କ ଉପରେ ବର୍ଷିଲେ ଓୱେସି, ବିଜେପିକୁ ମଧ୍ୟ କଲେ ଟାର୍ଗେଟ

October 16, 2026

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 16, 2026

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.