ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ

Published: Jun 19, 2021, 11:44 pm IST

ଭୁବନେଶ୍ବର, କରୋନା ପୁଣି ଜଣେ କଳାକାରଙ୍କ ଜୀବନ ନେଇଛି। ସେ ହେଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର। ଦୀର୍ଘଦିନ ଧରି ସେ କରୋନାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ରାତି 11ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ନିକଟରେ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କର ସୁସ୍ଥତା କାମନା କରି ପୁରା ଓଲିଉଡ ଇଣ୍ଡଷ୍ଟ୍ରି ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Related posts