Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»କିଶୋର କୁମାର, ନା ଗାୟକ, ନା ଅଭିନେତା, ନା ତାରକା- ସେ ପ୍ରତି ହୃଦୟର ମୃଦୁ ମଧୁର କମ୍ପନ
ବ୍ୟକ୍ତିତ୍ୱ

କିଶୋର କୁମାର, ନା ଗାୟକ, ନା ଅଭିନେତା, ନା ତାରକା- ସେ ପ୍ରତି ହୃଦୟର ମୃଦୁ ମଧୁର କମ୍ପନ

August 4, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା 

ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର  କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଅମରତ୍ଵ ଦେଇଛି।  କେବଳ ଗାୟକ ହିସାବରେ ନୁହେଁ, ଅଭିନେତା ହିସାବରେ ମଧ୍ୟ ତାଙ୍କର ଛାପ ବେଶ୍‌ ସୁସ୍ପଷ୍ଟ । ହିନ୍ଦୀ, ମରାଠୀ, ଅହମୀୟା, ଗୁଜରାତି, କନ୍ନଡ଼, ଭୋଜପୁରୀ, ମଲୟାଲମ୍‌,ଉର୍ଦ୍ଦୁ ସହିତ ଆହୁରି ଅନେକ ଭାରତୀୟ ଭାଷାରେ ଗୀତ ଗାଇ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତୀୟ ଫିଲ୍ମ ଦୁନିଆର ଅନ୍ୟତମ ଚର୍ଚ୍ଚିତ ତଥା ଗାୟକ ତଥା ଅଭିନେତାଙ୍କ ଜନ୍ମଦିନ ଅବସରରେ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ ।

ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍‌ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର କୁମାରଙ୍କ ପ୍ରକୃତ ନାମ ଆଭାସ କୁମାର ଗାଙ୍ଗୁଲି । ନିଜ ଜନ୍ମସ୍ଥାନକୁ ସେ ଜୀବନର ପ୍ରତିକ୍ଷଣରେ ମନେ ପକାଉଥିଲେ । ସାର୍ବଜନିକ ମଞ୍ଚ  ଉପରେ ସେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାସମୟରେ, ତାଙ୍କୁ ସମ୍ମାନର ସହିତ ଖଣ୍ଡଓ୍ବାର କିଶୋର କୁମାର କୁହାଯାଉଥିଲା । ନିଜ ଜନ୍ମଭୂମି ପ୍ରତି ତାଙ୍କର ପ୍ରେମ ଅନନ୍ୟ । କୋଚିନ୍‌ରେ ଖ୍ରୀଷ୍ଟିଆନ୍‌ କଲେଜରେ ନିଜର କଲେଜ୍‌ ଶିକ୍ଷା ସମାପ୍ତ କରିଥିଲେ । କଲେଜରେ ପଢିବା ସମୟରେ କଲେଜ କ୍ୟାଣ୍ଟିନ୍‌ରୁ ଉଧାର ନେଇ ଖାଦ୍ୟ ଖାଇବା ସହିତ ନିଜ ସାଙ୍ଗସାଥୀଙ୍କୁ ମଧ୍ୟ ଖୁଆଉଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ଗୀତ ‘ପାଞ୍ଚ ରୂପେୟା ବାରା ଆନା’ର ଗୀତଟି ତାଙ୍କ କଲେଜ ଜୀବନ ସ୍ମୃତି ଏକ ଅଂଶବିଶେଷ । କ୍ୟାଣ୍ଟିନ୍‌ରୁ ଉଧାର କରି ଖାଇ ଖାଇ ଯେତେବେଳେ କ୍ୟାଣ୍ଟିନ୍‌ ବାଲାର ପାଞ୍ଚ ରୂପେୟା ବାରା ଆନା ଉଧାର ହୋଇଗଲା, ସେତେବେଳେ ସେ କ୍ୟାଣ୍ଟିନ୍‌ବାଲା ତାଙ୍କୁ ପଇସା ମାଗିବା ସମୟରେ ସେ ଏହି ଗୀତର ଧୂନ୍‌କୁ ଗୁଣୁଗୁଣାଇ କ୍ୟାଣ୍ଟିନ୍‌ ବାଲାର କଥାକୁ ଧ୍ୟାନ ଦେଉନଥିଲେ । ପରବର୍ତ୍ତୀ ସମୟରେ ଗୋଟେ ଗୀତରେ ଏହି ପାଞ୍ଚ ରୂପାୟା ବାରା ଆନାକୁ ବହୁତ ସୁନ୍ଦର ଭାବରେ ବ୍ୟବହାର କରିଥିଲେ ।

ଭାରତୀୟ ସିନେମାର ସ୍ବର୍ଣ୍ଣିମ କାଳରେ କିଶୋର ଦା’ ବଲିଉଡରେ ସଂଘର୍ଷ କରିଥିଲେ, ଯେତେବେଳେ ତାଙ୍କ ଭାଇ ଅଶୋକ କୁମାର ଏକ ସଫଳ ତାରକା ରୂପେ ଅବସ୍ଥାପିତ ହୋଇସାରିଥିଲେ । ଯେଉଁ ସମୟରେ ଦିଲ୍ଲୀପ କୁମାର, ରାଜ କପୁର୍‌, ଦେବ ଆନନ୍ଦ, ବଲରାଜ ସାହାଣୀ, ଗୁରୁଦତ୍ତ ଓ ରହମାନ ପରି କଳାକାରଙ୍କ ସହିତ ମହମ୍ମଦ ରଫି, ମୁକେଶ, ତଲଦ୍‌ ମହମ୍ମୁଦ ଓ ମନ୍ନା ଡେ’ପରି କିମ୍ବଦନ୍ତୀ ଗାୟକମାନେ ବଲିଉଡ୍‌ରେ ରାଜ୍‌ କରୁଥିଲେ, ସେହି ସମୟରେ କିଶୋର କୁମାର ପ୍ରଥମେ ଅଭିନେତା ରୂପେ ଫିଲ୍ମ ‘ଶିକାରୀ’ (୧୯୪୬) ନିଜ ଅଭିନୟ ଜୀବନ ଆରମ୍ଭ  କରିଥିଲେ । ଏହି ଫିଲ୍ମରେ ତାଙ୍କ ବଡ଼ ଭାଇ ତଥା ଲୋକପ୍ରିୟ ଅଭିନେତା ଅଶୋକ କୁମାର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତେବେ କିଶୋର କୁମାରଙ୍କୁ  ପ୍ରଥମଥର ପାଇଁ ‘୧୯୪୮ ମସିହାରେ ନିର୍ମିତ ଫିଲ୍ମ ‘ଜିଦ୍‌’ରେ ଗୀତ ଗାଇବାର ସୁଯୋଗ ମିଳିଲା । ସେ ଏହି ଫିଲ୍ମରେ ଦେବ ଆନନ୍ଦଙ୍କ ପାଇଁ ଗୀତ ଗାଇଥିଲେ ।

କିଶୋର କୁମାର ତାଙ୍କ ସମୟର ମହାନ ଗାୟକ କୁନ୍ଦନଲାଲ  ସହଗଲ୍‌ଙ୍କ ବଡ଼ ପ୍ରଶଂସକ ଥିଲେ ।  ପ୍ରାଥମିକ ଜୀବନରେ କିଶୋର କୁମାରଙ୍କ ଗୀତ ଗାଇବାର ଶୈଳୀରେ ସେହେଗଲଙ୍କ ଛାପ ବେଶ୍‌ ସ୍ପଷ୍ଟ ରହିଥିଲା । ‘ଜିଦ୍‌’ରେ ସଫଳତା ପାଇବା ପରେ ମଧ୍ୟ କିଶୋର କୁମାର ସେତେ ବେଶୀ ଲୋକପ୍ରିୟ ହୋଇପାରିନଥିଲେ । ୧୯୫୧ ମସିହାରେ ଫଣୀ ମଜୁମ୍‌ଦାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ‘ଆନ୍ଦୋଳନ’ରେ ମୁଖ୍ୟ ଅଭିନେତା ରୂପେ ଅଭିନୟ କରିଥିଲେ । କିନ୍ତୁ ଏହି ଫିଲ୍ମଟି ଅସଫଳ ରହିଥିଲା । ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ ବିମଲ ରାୟଙ୍କ ‘ନୌକରୀ’ରେ ଜଣେ ଶିକ୍ଷିତ ବେରୋଜଗାର ଯୁବକର ଭୂମିକା ନିର୍ବାହ କରି ବେଶ୍‌ ସଫଳତା ଅର୍ଜନ କରିପାରିଥିଲେ କିଶୋର କୁମାର ।  ଏହା ପରେ  ‘ବାପ୍‌ ରେ ବାପ୍‌’ (୧୯୫୫), ‘ନୟୀ ଦିଲ୍ଲୀ’ (୧୯୫୬), ’ମି. ମେରୀ’ (୧୯୫୭), ‘ଆଶା’  ଓ ୧୯୫୮ ‘ଚଲତି କା ନାମ ଗାଡି’ ଆଦି ଫିଲ୍ମରେ କାମ କରିଥିଲେ । ‘ଚଲ୍‌ତି କା ନାମ ଗାଡ଼ି’ରେ କିଶୋର କୁମାର ତାଙ୍କ ଦୁଇ ଭାଇ ଅଶୋକ କୁମାର, ଅନୁପ କୁମାରଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଥିଲେ ମଧୁବାଲା । ସବୁଠୁ ମଜାଦାର କଥା ହେଉଛି କିଶୋର କୁମାରଙ୍କ କ୍ୟାରିୟର ପ୍ରାରମ୍ଭରେ କିମ୍ବଦନ୍ତୀ ଗାୟକ ମହମ୍ମଦ ରଫି  କିଶୋର କୁମାରଙ୍କ ପାଇଁ ଗୀତ ଗାଉଥିଲେ । କିଶୋର କୁମାର ଏସ୍‌ଡି ବର୍ମନଙ୍କ ସଙ୍ଗୀତ ସଂଯୋଜନାରେ ଫିଲ୍ମ ‘ପ୍ୟାର୍‌’ (୧୯୫୦)ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ ।  ପରେ ପରେ  ଏସ୍‌ଡି ବର୍ମନଙ୍କ ସହ ‘ବାହାର୍‌’ ଫିଲ୍ମରେ ଗୀତ ଗାଇଥିଲେ । ଏହି ଫିଲ୍ମର ଲୋକପ୍ରିୟ ଗୀତ ‘କୁସୁର ଆପ କା ଔର’ ଏହି ଗୀତଟି ସେ ସମୟରେ ସବୁଠୁ ବଡ ହିଟ୍‌ ସାବ୍ୟସ୍ତ ହୋଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ କିଶୋର କୁମାରଙ୍କୁ ଏସ୍‌ଡି ବର୍ମନ୍‌ ଓ ଅନ୍ୟ ସଙ୍ଗୀତକାର ମାନେ ଏତେ ଗମ୍ଭୀରତାର ସହ ନେଇ ନଥିଲେ । କିନ୍ତୁ  ୧୯୫୭ ମସିହାରେ ଆସିଥିବା ଫିଲ୍ମ ‘ଫଣ୍ଟୁସ’ରେ ’ମେଁ ଦୁଃଖୀ ମନ ମେରେ ଗୀତ ଅପନୀ’ ଗୀତଟି ଏମିତି ଚହଳ ସୃଷ୍ଟି କଲା, ଯାହା ଫଳରେ କିଶୋରଙ୍କ ପ୍ରତିଭା ସର୍ବ ସମ୍ମୁଖକୁ ଆସିଥିଲା । ଆର୍‌ଡି ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କିଶୋର କୁମାର ‘ମୁନିମ ଜୀ’, ‘ଟ୍ୟାକ୍ସି ଡ୍ରାଇଭର’, ‘ଫଣ୍ଟୁସ୍‌’, ‘ନ ଦୋ ଗ୍ୟାରା’, ‘ପେଇଂ ଗେଷ୍ଟ’, ‘ଗାଇଡ୍‌’, ’ଜୁଏଲ୍‌ ଥିଫ୍‌’, ‘ପ୍ରେମ ପୁଜାରୀ’, ‘ତେରେ ମେରେ ସପନେ’ ଆଦି ଫିଲ୍ମର ନିଜର ଯାଦୁକରୀ ସ୍ବରରେ ସଙ୍ଗୀତ ଦୁନିଆରେ ଚହଳ ପକାଇଥିଲେ । କିଶୋର କୁମାର ୧୯୪୦ରୁ ୧୯୮୦ ମଧ୍ୟରେ ନିଜ କ୍ୟାରିଅର୍‌ ସବୁଠୁ ଅଧିକ ୫୭୪ଟି ଗୀତ ଗାଇଥିଲେ । କିଶୋର କୁମାରଙ୍କ ସବୁଠୁ ବିଶେଷତ୍ବ ହେଉଛି ସେ ବଲିଉଡ୍‌ରେ ତିନି ପିଢିର ଲୋକପ୍ରିୟ ନାୟକଙ୍କ ପାଇଁ କଣ୍ଠଦାନ କରିଛନ୍ତି । ଦେବ ଆନନ୍ଦଙ୍କଠୁ ଆରମ୍ଭ କରି ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ପ୍ରମୁଖଙ୍କ ପାଇଁ ଗୀତ ଗାଇଛନ୍ତି କିଶୋର ଦା’ । ଏବଂ ସମସ୍ତଙ୍କ ପାଇଁ ସେ ଏପରି ଗୀତ ଗାଆନ୍ତି,  ଯେମିତିକି ସେହି ସମସ୍ତ କଳାକାରଙ୍କ ଭିତରେ ନିଜେ କିଶୋର ଦା’ ତାଙ୍କ ଅନ୍ତର ଭିତରୁ ଗୀତ ଗାଉଛନ୍ତି । କିଶୋର କୁମାର ୮୧ ଫିଲ୍ମରେ ଅଭିନୟ କରିଥିବାବେଳେ ଏଥିରୁ ୧୮ଟି ଫିଲ୍ମର ନିର୍ଦ୍ଦେଶନା ସେ ନିଜେ ହିଁ ଦେଇଥିଲେ ।

୭୦ଦଶକ କିଶୋର କୁମାରଙ୍କ ଗାୟକୀ ପାଇଁ ଏକ ସ୍ବର୍ଣ୍ଣିମ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦଶକରେ କିଶୋର କୁମାରଙ୍କ ବହୁ ଲୋକପ୍ରିୟ ଗୀତ ଆସିଥିଲା । ‘କଟୀ ପତଙ୍ଗ‘ (୧୯୭୦), ‘ଅମର ପ୍ରେମ’ (୧୯୭୧), ବୁଢା ମିଲ ଗୟା (୧୯୭୧), ‘ମେରେ ଜୀବନ ସାଥୀ (୧୯୭୨), ପରିଚୟ (୧୯୭୨), ‘ଅଭିମାନ’ (୧୯୭୩), ‘କୋରାକାଗଜ’ (୧୯୭୪), ‘ମିଲି’ (୧୯୭୫), ‘ଆନ୍ଧି’ (୧୯୭୫), ‘ଖୁଶୁବୁ’ (୧୯୭୫) ଆଦି ଫିଲ୍ମରେ ଗୀତ ଗାଇ ବଲିଉଡ୍‌ରେ ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛନ୍ତି କିଶୋର ଦା’ ।

କିଶୋର କୁମାର ‘ଆରାଧନା’ (୧୯୬୯)ର ’ରୂପ ତେରା ମସ୍ତାନା….’ଗୀତ ପାଇଁ ପ୍ରଥମ ଫିଲ୍ମଫେୟାର୍‌ ଆଓ୍ବାର୍ଡ ପାଇଥିଲେ ।  ‘ଅମାନୁଷ୍‌’ (୧୯୭୫) ପାଇଁ ଦିଲ୍‌ ଐସା କିସି ନେ ମେରା….’ , ‘ଡନ୍‌’ (୧୯୭୮) ଫିଲ୍ମର ‘ଖାଇକେ ପାନ୍‌ ବନାରସଓ୍ବାଲା…’, ‘ଥୋଡିସି ବେଓ୍ବଫାଇ’ (୧୯୮୦) ‘ହଜର୍‌ ରହେ ମୁଡ୍‌କେ ଦେଖେ…’, ’ନମକ ହଲାଲ୍‌’ (୧୯୮୨) ‘ପଗ୍‌ ଘୁଙ୍ଗୁର୍‌ ବାନ୍ଧ୍‌’, ‘ଅଗର ତୁମ୍‌ ନା ହୋତେ’ (୧୯୮୩)ର  ଅଗର୍‌ ତୁମ ନା ହୋତେ….’, ‘ସାଗର’ (୧୯୮୫) ଫିଲ୍ମର ‘ସାଗର କିନାରେ ଦିଲ୍‌ ହମାରେ’…..’ ପାଇଁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କିଶୋର ଦା’ ।

୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଏକ ସରକାରୀ ସମାରୋହରେ ଅଂଶଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ । ତତ୍କାଳୀନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳା ଏଥିନିମେନ୍ତ କିଶୋର କୁମାରଙ୍କ ଗୀତକୁ ଆକାଶବାଣୀରେ ପ୍ରସାରଣ ହେବା ଉପରେ ରୋକ ଲଗାଇବା ସହିତ କିଶୋର କୁମାରଙ୍କ ଘର ଆୟକର ବିଭାଗର ଚଢାଉ କରିଥିଲେ ।  କିନ୍ତୁ କିଶୋର ଦା’ ଜରୁରୀକାଳୀନ ପରିସ୍ଥିତି ସମର୍ଥନ କରିନଥିଲେ । ସେହି ସମୟରେ କିଶୋର କୁମାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ଉପରେ ମଧ୍ୟ ଆୟକର ବିଭାଗ ଚଢାଉ କରି ଜବତ କରିଦେଇଥିଲେ ।

ଅଭିନୟ ଓ ସଙ୍ଗୀତର ଯାଦୁଗର ଥିବା କିଶୋର ଦା’ କିନ୍ତୁ ସମ୍ପର୍କର ମାୟାଜାଲ ଭିତରେ ଘୂରି ରହିଥିଲେ । ନିଜ ଜୀବନରେ ୪ଥର ବିବାହ କରିଥିବା କିଶୋର ଦା’ ସମ୍ପର୍କକୁ ନେଇ ବେଶ୍‌ ସନ୍ଦିହାନ ରହିଥିବାର ମନେ ହୁଏ । କିଶୋର କୁମାର ପ୍ରଥମେ ରୂମା ଦେବୀଙ୍କ ସହ ବିବାହ କରିଥିଲେ । ପରେ ସେ ତାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କୁ ବିବାହ କରିଥିଲେ । ମଧୁବାଲାଙ୍କ ପରି ସୁନ୍ଦରୀ ପତ୍ନୀଙ୍କୁ ବିବାହ କରିବା ପରେ ମଧ୍ୟ କିଶୋର କୁମାରଙ୍କ ତୃତୀୟ ପତ୍ନୀ ରହିଥିଲେ ବନୀ । ୧୯୬୧ ମସିହାରେ ଫିଲ୍ମ ‘ଝୁମରୁ’ରେ ଦୁହେଁ ଏକତ୍ର ନଜର ଆସିଥିଲେ । ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ନିଜେ କିଶୋର ଦା’ ହିଁ ଥିଲେ । ପରେ ଦୁହେଁ ‘୧୯୬୨ରେ ‘ହାଫ୍‌ ଟିକେଟ’ରେ କାମ କରିଥିଲେ, ଯେଉଁ ଫିଲ୍ମରେ କିଶୋର କୁମାରଙ୍କ କମେଡ଼ି ଆଜି ବି ବେଶ୍‌ ପ୍ରସିଦ୍ଧ । ୧୯୬୯ରେ ମଧୁବାଲାଙ୍କ ମୃତ୍ୟୁ ପରେ ୧୯୭୬ରେ କିଶୋର କୁମାର ଯୋଗିତା ବାଲିଙ୍କୁ ବିବାହ କରିଥିଲେ । ଦୁହେଁ କିଛି ମାସ ଏକାଠି ରହିବା ପରେ ଯୋଗିତା ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପୁନଃବିବାହ କରିଥିଲେ । ୧୯୮୦ ମସିହାରେ କିଶୋର କୁମାର ଚତୁର୍ଥ ବିବାହ ଲୀନା ଚନ୍ଦ୍ରାଓ୍ବକର୍‌ଙ୍କୁ କରିଥିଲେ । ଲୀନା କିଶୋରଙ୍କ ବଡ଼ ପୁଅ ଅମିତ୍‌ କୁମାରଙ୍କଠାରୁ ମାତ୍ର ଦୁଇ ବର୍ଷ ବଡ଼ ଥିଲେ ।  ୧୯୮୭ ମସିହା ଅକ୍ଟୋବର ୧୩ ତାରିଖରେ ମାତ୍ର ୫୮ ବର୍ଷ ବୟସରେ କିଶୋର କୁମାର  ଦୁନିଆକୁ ଅଲ୍‌ବିଦା କରି ଚାଲିଗଲେ, ହେଲେ ତାଙ୍କ ଗୀତ ଓ ତାଙ୍କର ଅଭିନୟ ତାଙ୍କୁ ଚିରକାଳ ଅମର କରି ରଖିଥିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.