Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଚିତ୍ରଶିଳ୍ପୀ ବିପିନ ବିହାରୀ ଚୌଧୁରୀ, ସାହସ, ସଂଘର୍ଷ ଓ ସୃଜନ ର ଅନନ୍ୟ ଓଡିଆ ନାୟକ
ବ୍ୟକ୍ତିତ୍ୱ

ଚିତ୍ରଶିଳ୍ପୀ ବିପିନ ବିହାରୀ ଚୌଧୁରୀ, ସାହସ, ସଂଘର୍ଷ ଓ ସୃଜନ ର ଅନନ୍ୟ ଓଡିଆ ନାୟକ

January 23, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

କୈଳାସଚନ୍ଦ୍ର ଦାଶ

୧୯୧୪ ବେଳକୁ ‘ସମ୍ବଲପୁରହିତୈଷିଣୀ ସମ୍ବାଦପତ୍ରରେ ଚିତ୍ର ଅଙ୍କନ କର୍ମ ଉପରେ ଆଲୋଚନା କରାଯାଇ ମନ୍ତବ୍ୟ ପ୍ରକାଶ କରାଯାଇଥିଲା-“ଚିତ୍ର ଅଙ୍କନ କର୍ମ ବର୍ତ୍ତମାନ ପ୍ରାୟ ଓଡିଶାରେ ଲୁପ୍ତ ହୋଇଅଛି ।ଓଡିଆମାନେ ଚିତ୍ରକର, ଶିଳ୍ପକର ରୂପେ ଜଗତ ବିଖ୍ୟାତହୋଇଥିଲେ ।କାଳର ଦାରୁଣ ଶାସନରେ ବିବ୍ରତ ହୋଇ ଓଡିଆମାନେ ଚିତ୍ର, ଶିଳ୍ପ ଇତ୍ୟାଦି ପାଶୋରି ଦେଲେଣି ।” କିନ୍ତୁ ଏହି ମନ୍ତବ୍ୟର ଉପଯୁକ୍ତ ଜବାବ୍‍ ୧୯୨୦ ଦଶକରେ ଓଡିଆ ଶିଳ୍ପୀ ମାନେ ଦେଇପାରିଥିଲେ ।ମାନ୍ୟବର ବାମଣ୍ଡାଧିପତି ସଚ୍ଚିଦାନନ୍ଦ ତ୍ରିଭୂବନ ଦେବ, ଆନନ୍ଦ ମିଶ୍ର, ବିମ୍ବାଧର ବର୍ମା, ହରିଶଙ୍କର ମହାପାତ୍ର, ବସନ୍ତ କୁମାର ପଣ୍ଡା, ଉପେନ୍ଦ୍ର କିଶୋର ଦାସ, ପୂର୍ଣ୍ଣଚନ୍ଦ୍ର ସିଂହ, ଗୋପାଳ କାନୁନ୍‍ଗୋ ପ୍ରଭୃତି ୧୯୨୦ ଏବଂ ୧୯୩୦ ଦଶକରେଚିତ୍ରାଙ୍କନ କ୍ଷେତ୍ରରେବେଶ୍‍ ଖ୍ୟାତି ଅର୍ଜ୍ଜନ କରିଥିଲେ ।

୧୯୩୦ ଦଶକରେଓଡିଆର ଆତ୍ମା କଳା ଓ ଶିଳ୍ପ ମଧ୍ୟରେ ବିଶେଷ ବିକାଶ ଲାଭ କଲା ଯାହାର ଦୃଷ୍ଟାନ୍ତ ବିପିନ ବିହାରୀ ଚୌଧୁରୀଙ୍କ ଚିତ୍ରକଳା ଚର୍ଚ୍ଚାରୁଜଣାଯାଏ । ନିଜର ମନୋଭାବ ବ୍ୟକ୍ତ କରିବା ପାଇଁ ବାକ୍‍ଶକ୍ତିର ଅଭାବ ଓ ଅନ୍ୟର ଭାବଗ୍ରହଣ କରିବା ପାଇଁ ଶ୍ରବଣଶକ୍ତିର ଅଭାବ ଦେଇ ପ୍ରକୃତି ତାଙ୍କୁ ଓଡିଶାରେ ଜନ୍ମଦେଇଥିଲା ।କିନ୍ତୁ ରେଖାର ମଧ୍ୟ ଦେଇ ବର୍ଣ୍ଣ ଓ ଚିତ୍ରର ମଧ୍ୟ ଦେଇ ଯେ ଭାବରାଜି ବିପିନ ବିକଶିତ କରିପାରିଥିଲେ ସେଥିରେ ସେତେବେଳର ସମାଜ ଚମତ୍କୃତ ହୋଇଥିଲା ।ମୂକ ଓ ବଧିର ଭାବରେ ଜନ୍ମି ଲଣ୍ଡନ ରୟାଲ ଏକାଡେମୀ ଅଫ୍‍ ଆର୍ଟରୁ ସମ୍ମାନର ସହିତଉତ୍ତୀର୍ଣ୍ଣହୋଇ ସେ କଳା କ୍ଷେତ୍ରରେ ଅବିସ୍ମରଣୀୟ ସଂକେତ ରଖି ଯାଇଛନ୍ତି ।ସହକାର, ନବଭାରତ, ଉତ୍କଳ ଦୀପିକା ପରି ପତ୍ରପତ୍ରିକାମଧ୍ୟରେ ଆଜି ମଧ୍ୟ ବଞ୍ଚି ରହିଛନ୍ତି ମୂକ ଓ ବଧିର ଚିତ୍ରକର ବିପିନବିହାରୀ ।ବିପିନବିହାରୀ ୧୯୦୭ ମସିହା, ୨୨ ସେପ୍ଟେମ୍ବରରେ କଲିକତା(ବର୍ତ୍ତମାନ କୋଲ୍‍କତା)ର ଉଲୁବେରିଆରେ ଜନ୍ମ ହୋଇଥିଲେ । ନବଭାରତରେ ତାଙ୍କ ଜନ୍ମବର୍ଷ ୧୯୦୭ ଥିବାବେଳେ ନିବେଦିତା ମହାନ୍ତି ଏବଂ ସୁଭଞ୍ଜୟ ମହାନ୍ତିଙ୍କ ପୁସ୍ତକରେ ୧୯୦୫ ବୋଲି ଲେଖାଯାଇଛି ।ତାଙ୍କ ପିତା ଗଗନ ବିହାରୀ ଚୌଧୁରୀ ସବ୍‍ଜଜ୍‍ ଥିଲେ ।ତାଙ୍କମାତାଙ୍କ ନାମ ସରୋଜିନୀ ଚୌଧୁରୀ । ପ୍ରସିଦ୍ଧ ଔପନ୍ୟାସିକ ଓ କଥାକାର ଫକରୀମୋହନ ସେନାପତି ତାଙ୍କର ଅଜା ଥିଲେ । ୧୯୨୨ରେ ତାଙ୍କ ବାପା ମଲାବେଳକୁ ତାଙ୍କୁ ୧୫ ବର୍ଷ ।ତାଙ୍କବାପା ବଞ୍ଚି ଥିବାବେଳେ ସେ କଲିକତାର ମୂକ ଓ ବଧିର ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ ।ଏହିବିଦ୍ୟାଳୟରେ ପଢୁଥିବାବେଳେ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ର ବୋଲି ଲଡ୍‍ ରୋନାଲସେଙ୍କ ଠାରୁ ପୁରସ୍କାର ପାଇଥିଲେ ।ସେହିଠାରେ ସେ ପ୍ରଥମେ ଚିତ୍ରବିଦ୍ୟା ପ୍ରତି ଆକୃଷ୍ଟହେଲେ ।

ପିଲାଦିନୁ ବିପିନ ବିହାରୀ ସୌନ୍ଦର୍ଯ୍ୟର ଉପାସକ ଥିଲେ ଏବଂ ଏହି ସୌନ୍ଦର୍ଯ୍ୟକୁ ସେ ରେଖା ଓ ରଙ୍ଗରେ ଫୁଟାଇବାକୁ ଚେଷ୍ଟାକରିଥିଲେ ।ଜୀବନ ଓ ପ୍ରକୃତିରସୌନ୍ଦର୍ଯ୍ୟ ତାଙ୍କ ପ୍ରାଣକୁ ପିଲାଦିନୁ ସ୍ପର୍ଶ କରିଥିଲା ।ତେଣୁ ସେ ତାଙ୍କ ପିତାଙ୍କ ମୃତ୍ୟୁପରେ କଲିକତା କଳା ବିଦ୍ୟାଳୟରେ ପଢିବାକୁ ଚେଷ୍ଟାକଲେ ।ଏହି ସମୟରେ ସେ
ବିହାର ଓଡିଶା ସରକାରୀ ଶିଳ୍ପବିଭାଗରୁ ପଚିଶ ଟଙ୍କା ବୃତ୍ତିରେ କଲିକତା କଳା ବିଦ୍ୟାଳୟରେ ପଢା ଆରମ୍ଭ କଲେ ।ସେଠାରେ ଛଅ ବର୍ଷ ପାଇଁ ପଢିଥିଲେ ।ସେଠାରେ ତାଙ୍କର କଳାକୃତି ପାଇଁ ପଦକ ଓ ପୁରସ୍କାର ପାଇଥିଲେ ।ଶେଷ ପରୀକ୍ଷାରେ ବ୍ୟବସାୟ କଳାରେ ପ୍ରଥମ ସ୍ଥାନ ଅଧିକାର କରି କଳା ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ ।ସେହି ସମୟରେ ସେ ସି.ଏଫ୍‍. ଆଣ୍ଡୃଜ୍‍ଙ୍କର ଖଣ୍ଡିଏ ସୁନ୍ଦର ପ୍ରତିଚିତ୍ର ଆଙ୍କି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ସମୟରେ ବିପିନ ସୁଭାଷ ବୋଷଙ୍କ ସହିତ ଦେଖାହେଲା । ସେ ତାଙ୍କୁ ଚିତ୍ରକଳା ବିଭାଗର ଉଚ୍ଚଶିକ୍ଷା ପାଇବା ପାଇଁ ଉତ୍ସାହ ଦେଇଥିଲେ ।ବିପିନଙ୍କ ଚିତ୍ରକଳାରେ ଲେଡି ଜ୍ୟାକସନ୍‍ ମୁଗ୍‍ଧ ହୋଇଥିଲେ ।ସେତେବେଳେ ସେ ବଙ୍ଗଳା କିମ୍ବା ବିହାର ଓଡିଶା ସରକାରଙ୍କ ଠାରୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ନପାଇବାରୁ ବମ୍ବେ ଯାଇ ସେଠାରେ ସରୋଜିନୀ ନାଇଡୁଙ୍କୁ ସାକ୍ଷାତ କଲେ ।ସରୋଜିନୀ ତାଙ୍କ କୃତିତ୍ୱରେ ମୁଗ୍‍ଧ ହୋଇ ଲେଖିଥିଲେ-“ବିପିନ ଏକ ଅସାଧାରଣ ସାହସୀ ଯୁବ କଳାବିତ୍‍ ।ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ସେ ଯେପରି କଳାରେ କୃତିତ୍ୱ ଦେଖାଇଛନ୍ତି, ତାହା ଅସାଧାରଣ ।ରେଖା ଓ ରଙ୍ଗରେ ସେ ଯେଉଁ ପ୍ରତିଚିତ୍ର ଆଙ୍କୁଛନ୍ତି ତାହା ସୁନ୍ଦର ଓ ଆଶାପୂର୍ଣ୍ଣ”(ନବଭାରତ, ମକର, ୧୩୪୨ ସାଲ, ନବକିଶୋର ଦାସଙ୍କ ଆଲୋଚନା ଦ୍ରଷ୍ଟବ୍ୟ)

ବମ୍ବେରେ ସରୋଜିନୀ ନାଇଡୁଙ୍କ ସୌଜନ୍ୟରୁ ସେ ଟାଇମସ୍‍ ଅଫ୍‍ ଇଣ୍ଡିଆ ଅଫିସ୍‍ ରେ ଚିତ୍ରକର କାମ ପାଇଥିଲେ ।କିଛିଦିନ ପରେ ଏଥିରେ ସନ୍ତୁଷ୍ଟ ନହୋଇ ବମ୍ବେ କଳା ବିଦ୍ୟାଳୟରେ କେତେମାସ ପଢିଲେ ।ସେଥିରେ ମଧ୍ୟ ତାଙ୍କର କଳାକ୍ଷୁଧା ମେଣ୍ଟିଲା ନାହିଁ ।ସେ ଇଂଲଣ୍ଡ ଯିବାକୁ ମନସ୍ଥ କଲେ ଓ କିଛି ଦିନ ପରେ ବାଟଖର୍ଚ୍ଚ ଯୋଗାଡକରି ୧୯୩୨ ଅଗଷ୍ଟ ମାସରେ ଲଣ୍ଡନରେ ପହଞ୍ଚିଥିଲେ ।ଲଣ୍ଡନରେ ସହସା ତାଙ୍କୁସାହାଯ୍ୟ କରିବା ପାଇଁ କେହି ସେପରି ପରିଚିତ ଲୋକ ନଥିଲେ । ସେ ସମୟରେ ସେଇ ଣ୍ଡିଆ ଅଫିସ୍‍ର ହାଇକମିସନର୍‍ ସାର୍‍ ଭୁପେନ୍ଦ୍ରନାଥ ମିତ୍ର ଦେଖା କରିବାରୁ ସେ କିଛି ରାସ୍ତାଖର୍ଚ୍ଚ ଦେଇ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ କଲେ ।କିନ୍ତୁ ଘଟଣାକ୍ରମେ ସେହିବର୍ଷ ଅକ୍ଟୋବର ମାସରେ ରୟେଲ ଆର୍ଟ କଲେଜରେ ବଛାବଛି ପରୀକ୍ଷାରେ ସେ ଯୋଗ ଦେଇ ଦ୍ୱିତୀୟସ୍ଥାନ ଅଧିକାର କଲେ ।ମୂକ ବଧିର ଏବଂ ପରୀକ୍ଷାରେ ଏପରି କୃତିତ୍ୱ ଯୋଗୁଁ ସେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣକଲେ ।ଏହି କୃତିତ୍ୱରେ ମୁଗ୍‍ଧ ହୋ ଇସାର୍‍ ଭୁପେନ୍ଦ୍ରନାଥ ମିତ୍ର ବିପିନଙ୍କ ଶିକ୍ଷାର ବନ୍ଦୋବସ୍ତ କରିବାକୁ ଆଗ୍ରହ ପ୍ରକାଶକଲେ ।ଲଣ୍ଡନର କଳାପୀଠରେ ପାଠପଢା ପାଇେଁ ସେତେବେଳେ ଭୁପେନ୍ଦ୍ରନାଥ ମିତ୍ର, ସାର୍‍ ଆଲେକଜାଣ୍ଡାର ମୁରେ ଏବଂସାର୍‍ ଏନ୍‍. ଏନ୍‍.ସରକାର ସାହାଯ୍ୟ କଲେ ।ବିପିନ ଇଣ୍ଡିଆ ଅଫିସରୁ ଆଠ ପାଉଣ୍ଡ ମାସିକ ବୃତ୍ତି ପାଇଲେ । ୧୯୩୩ ମସିହା ଫେବୃଆରୀ ୧୮ ତାରିଖର ଉତ୍କଳ ଦୀପିକାରେ “ବିଲାତଚିଠି” ପ୍ରସଂଗରେ ବିପିନଙ୍କର ପ୍ରଶଂସା କରାଯାଇ କୁହା ଯାଇଥିଲା-“ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ତାଙ୍କର ଦ୍ୱିତୀୟ ବର୍ଷର ଖର୍ଚ୍ଚ ଦେବାକୁ ସ୍ୱୀକୃତ ହୋଇଥିଲେ ।ଭରସା ଉତ୍କଳର ଅନ୍ୟ ରାଜା ମହାରାଜା ମାନେ ତୃତୀୟବର୍ଷର ଖରଚଟା ଚଳାଇ ଦେଇ ଉତ୍କଳର ଏହି କୃତୀ ସନ୍ତାନକୁ ଉତ୍କଳ ଶିଳ୍ପକଳାରେ ଜୀବନ ବ୍ୟାପୃତ କରିବାକୁ ଉତ୍ସାହିତ କରିବେ ।ବିପିନଙ୍କର ନିଷ୍ଠା, ତାଙ୍କର ସାହସ, ପ୍ରତ୍ୟେକ ଉତ୍କଳ ଯୁବକର ଅନୁକରଣୀୟ ।”

ଲଣ୍ଡନରେ ଥିବା କାଳରେ ସାମାଜିକ ଜୀବନରେ ସେ ବେଶ୍‍ ଦକ୍ଷତା ଦେଖାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ ।ତାଙ୍କର ଲଣ୍ଡନ ବାସ ସମୟରେ ପ୍ରିନସ୍‍ ଅଫ୍‍ ଓଏଲସ୍‍ ଙ୍କ ଯତ୍ନରେ ବିଶ୍ୱବ୍ୟାପୀ ମୂକବଧିରମାନଙ୍କର ଗୋଟିଏ ମିଳନ ଉତ୍ସବ ଲଣ୍ଡନରେ ହୋଇଥିଲା ।ତହିଁରେ ବିପିନ ବିହାରୀ ଗୋଟିଏ ସ୍ୱେଚ୍ଛାସେବକ ଦଳର ନାୟକତ୍ୱ ଗ୍ରହଣ କରିଥିଲେ ।ମୂକବଧିର ରୟେଲ ଆସୋସିଏସନର ପରିଚାଳକ ରେଭରେଣ୍ଡ ସ୍ମିଥ୍‍ ତାଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ହୋଇ ଲଣ୍ଡନର ଲଡ୍‍ ମେୟରଙ୍କ ସହି ତସାକ୍ଷାତ କରାଇଥିଲେ ।ଜଗତର ଅନ୍ୟାନ୍ୟ ମୂକବଧିରମାନେ ମଧ୍ୟ ଏହି କଳାବିତ୍‍ଙ୍କ ଦକ୍ଷତାରେ ମୁଗ୍‍ଧ ହୋଇ ତାଙ୍କଠାରୁ ୨୦୦ ଖଣ୍ଡ ହସ୍ତଲିପି ଓ ତାଙ୍କ ଛବି ନେଇଥିଲେ ।ସେ ସେହି ସାମାଜିକ ଉତ୍ସବରେ ପୃଥିବୀସାରା ପରିଚିତହୋଇ ପାରିଥିଲେ ।ଲଣ୍ଡନରେ ବିପିନବିହାରୀ ପ୍ରାୟ ତିନିବର୍ଷ ରହି କୃତିତ୍ୱର ସହିତ ରୟେଲ ଆର୍ଟ କଲେଜରୁ ଇଂରାଜୀ ସୂକ୍ଷ୍ମକଳାରରଙ୍ଗ-ଚିତ୍ରବିଦ୍ୟାରେ ଉତ୍ତୀର୍ଣ୍ଣ ହୋଇଥିଲେ ।ସେଠାରେ ସେ ଯେଉଁ ଚିତ୍ର ଆଙ୍କିଥିଲେ ସେଥି ମଧ୍ୟରୁ ନର୍ତ୍ତକୀଗଣ, ଯୀଶୁଙ୍କ ଆଗମନ ପ୍ରଧାନ । ଯିଶୁଙ୍କ ଆଗମନ ଚିତ୍ରଟି ତାଙ୍କ ବିଦ୍ୟାପୀଠରେ ରଖାଯାଇଥିଲା ।ଲଏଡ୍‍ ଜର୍ଜ ତାଙ୍କର ଚିତ୍ରକଳାର ପ୍ରଶଂସା କରିଥିଲେ ।ଲଣ୍ଡନରୁ ଫେରିବା ବେଳେ ବିପିନଙ୍କୁତାଙ୍କର ଅଧ୍ୟକ୍ଷ ଉଇଲିଅମ୍‍ ରୋଥେନ୍‍ଷ୍ଟିନ୍‍ କୌଣସି ପ୍ରଶଂସା ପତ୍ର ନଦେଇ କହିଲେ-“ପ୍ରକୃତକଳାବିତ୍‍ ର କୌଣସି ପ୍ରଶଂସା ପତ୍ର ଲୋଡାନାହିଁ ।” ଏତିକି କହି ସେ ବିପିନଙ୍କ କଳାବିଦ୍ୟାର ଉନ୍ନତି କାମନା କରିଥିଲେ ଏବଂତାଙ୍କ ଖାତାରେ ଗୋଟିଏ ଧ୍ୟାନଗତ ଭାରତୀୟ ବିଦ୍ୟାର୍ଥୀର ଚିତ୍ର ଆଙ୍କି ଦେଇଥିଲେ ।ଏହାହିଁ ପୀଠପତିଙ୍କର ପ୍ରିୟଶିଷ୍ୟ ପ୍ରତି ପ୍ରାୟ ଜୀବନବ୍ୟାପୀ ଶ୍ରେଷ୍ଠବାଣୀ-ନବଭାରତରେ ନବକିଶୋର ଦାସଙ୍କର ଏ ମନ୍ତବ୍ୟ ଯଥାର୍ଥ ।ବିପିନ ବିହାରୀ ରୟେଲ ଆର୍ଟ କଲେଜର ସଦସ୍ୟ ରୂପେ ଗୃହୀତହୋଇ ଦେଶକୁ ଫେରି ଆସିଥିଲେ ।

ପୂର୍ବତନ ଇତିହାସ ପ୍ରାଧ୍ୟାପକ, ବିଜେବି ନଗର, ସି-୩/୨, ଭୁବନେଶ୍ୱର-୧୪

Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.