ନିଆରା କଳାକାର ଲୋଚନ ମାଝୀ : ପାଟିରେ ଘୁମୁରା ସହ ବିଭିନ୍ନ ପ୍ରକାରର ସ୍ବରକୁ କରିପାରନ୍ତି ଅବିକଳ ନକଲ

Published: Feb 17, 2020, 10:25 am IST

ବବୁଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜଣେ ନିଆରା କଳାକାର ହେଉଛନ୍ତି ଲୋଚନ ମାଝୀ। ଲୋଚନ ପାଟିରେ ଘୁମୁରା ସହ ଅନ୍ୟାନ୍ୟ ଲୋକବାଦ୍ୟ ବଜାଇବା ଓ ପଶୁପକ୍ଷୀଙ୍କ ସ୍ବର ସହିତ ବିଭିନ୍ନ ବାଦ୍ୟଯନ୍ତ୍ର, ଯାନବାହନ ଓ ଅଭିନେତାମାନଙ୍କ ସ୍ବରକୁ ଅବିକଳ ନକଲ କରିପାରନ୍ତି। ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କାମଦ୍ଧା ଗ୍ରାମର ଲୋଚନ ମାଝୀଙ୍କ ବାପା ହେଉଛନ୍ତି ଶେଷ ମାଝୀ ଓ ମାତା ହେଉଛନ୍ତି ସେବତୀ ମାଝୀ। ମାତ୍ର ସପ୍ତମ ଶ୍ରେଣୀ ଯାଏ ପାଠ ପଢିଥିବା ଲୋଚନ କିନ୍ତୁ ଏକ ନିଆରା ପ୍ରତିଭା। ନିଜ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଅନେକ ବଡ ବଡ ମଞ୍ଚରେ ନିଜ ପ୍ରତିଭାକୁ ପ୍ରଦର୍ଶନ କରିଥିବାବେଳେ ଆଗାମୀ ସମୟରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଘରେ ବାପାଙ୍କ ସହିତ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଲୋଚନ କିନ୍ତୁ ଏକ ନିଆରା ପ୍ରତିଭାବାନ୍‌ ବ୍ୟକ୍ତିତ୍ବ। ଆଗାମୀ ସମୟରେ ତାଙ୍କୁ ସାହାଯ୍ୟ ସହଯୋଗ ମିଳିଲେ ସେ ଆଗକୁ ଯାଇ ନିଜ ରାଜ୍ୟ ତଥା ଜାତି ପାଇଁ ଅନେକ ପ୍ରଶଂସା ଓ ଗୌରବ ଆଣିପାରିବେ।  ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଲୋଚନଙ୍କ ଭଳି ଅନେକ ନିଆରା ବ୍ୟକ୍ତିତ୍ବ ରହିଛନ୍ତି, ଯାହାଙ୍କୁ ଟିିକିଏ ସାହାଯ୍ୟ ଓ ସହଯୋଗ ମିଳିଲେ, ସେ ତାଙ୍କ ପ୍ରତିଭାରେ ରାଜ୍ୟ ତଥା ନିଜ ଜାତିକୁ ଗୌରବାନ୍ବିତ କରିପାରିବେ।

Related posts