ବାପା ଦରଜୀ, ମା’ ଘରୋଇ ସହାୟିକା, ଝିଅ ହେଲା ଟପ୍ପର

Published: Jul 19, 2020, 4:19 pm IST

ଜାମସେଦପୁର, ନନ୍ଦିତା ହରିପାଲ। ଜାମସେଦପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ। ବାପା ହେଉଛନ୍ତି ଜଣେ ଦରଜୀ, ମାଆ ଘରୋଇ ସହାୟିକା ଭାବେ କାମ କରନ୍ତି। ପ୍ରତିକୂଳ ପରିସ୍ଥିତିରେ ପାଠପଢାରେ ଯେ ନନ୍ଦିତା କେତେ ଆଗରେ ତାହା ସଦ୍ୟ ପ୍ରକାଶିତ ପରୀକ୍ଷା ଫଳରୁ ଜଣାପଡ଼ିଛି। ନନ୍ଦିତା ଝାଡଖଣ୍ଡ ଆକେଡେମିକ କାଉନସିଲର ଦ୍ବାଦଶ ଶ୍ରେଣୀ ପରୀକ୍ଷା କଳା ବିଭାଗରେ ରାଜ୍ୟରେ ଟପ୍ପର ହୋଇଛନ୍ତି। ଆଉ ଆଗକୁ ସେ ଜଣେ ସାମ୍ବାଦିକ ହେବାକୁ ଆଶା ରଖିଛନ୍ତି।

ପରୀକ୍ଷା ଫଳ ଶୁଣି ସେ ବି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। କାରଣ, ସେ ଭାବିନଥିଲେ ଯେ ରାଜ୍ୟରେ ଟପ୍ପର ହେବେ। ତାଙ୍କର ସଫଳତା ସମ୍ପର୍କରେ ନନ୍ଦିତା କହନ୍ତି, ସେ ନିୟମିତ ଭାବେ ଶ୍ରେଣୀରେ ଉପସ୍ଥିତ ରହୁଥିଲେ ଏବଂ ନିୟମିତ ଭାବେ ଘରେ ପାଠ ପଢୁଥିଲେ। ଏଥିସହିତ ସେ କୋଚିଂ କ୍ଲାସ ବି କରୁଥିଲେ। ପାଠପଢାରେ ତାଙ୍କ ବାପା ମାଆ କେବେ ବି କୌଣସିଟିରେ ଅଭାବ କରିନାହାଁନ୍ତି। ପାଠପଢାକୁ ନିୟମିତ କରିବା ଉପରେ ନନ୍ଦିତା ଗୁରୁତ୍ବ ଦିଅନ୍ତି।

Related posts