ପାଖେଇଲା ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା, ନଚେତ ହୋଇପାରେ ଅସୁବିଧା

Published: Aug 19, 2021, 7:00 pm IST

Raksha Bandhan: ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଆସନ୍ତା ୨୨ ଅଗଷ୍ଟରେ ପାଳନ ହେବ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଏକ ପରଂପରା ରହିଛି ଏହି ଦିନ ଭାଇ ହାତରେ ଭଉଣି ରାଖି ବନ୍ଧିଲେ ତାହାର ସବୁବେଳେ ମଙ୍ଗଳ ହୋଇଥାଏ। ସେଥିପାଇଁ ଏହାକୁ ରାଖି ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ତେବେ ଏହି ରାଖି ପୂର୍ଣ୍ଣିମାରେ କେତେକ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା

୧- ଭାଇ ହାତରେ କେବେ ବି କଳା ରଂଗର ରାଖି ବାନ୍ଧନ୍ତୁ ନାହିଁ। କାରଣ କଳା ରଂଗ ଭାଇ ଭଉଣୀ ସଂପର୍କ ଭିତରେ ବାଧା ସୃଷ୍ଟି କରିଥାଏ।

୨- କେବେ ବି ଭଦ୍ରା କାଳରେ ରାଖି ବାନ୍ଧନ୍ତୁ ନାହିଁ। ଭଦ୍ରାକାଳରେ ରାହୁଙ୍କର ଆଧିପତ୍ୟ ବେଶୀ ମାତ୍ରାରେ ରହିଥାଏ। ଏହି ଭଦ୍ରାକାଳ ସେଦିନ ସକାଳ ୬ ଟା ୩୦ ମିନଟ ପର୍ଯ୍ୟନ୍ତ ରହୁଛି। ଅର୍ଥାତ ଏହା ପରେ ଭାଇ ହାତରେ ରାଖି ବାନ୍ଧିପାରିବେ।

୩- ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, ରାଖି ପୂର୍ଣ୍ଣିମା ଦିନ ଭାଇ ମୁଣ୍ଡରେ ତିଳକ ଲଗାଇବା ବେଳେ ତାହା ସିଧା ତଥା ଗାଢ ହେବାର ଆବଶ୍ୟକ ରହିଛି। ଟିକାଟି ଝପସା ବା ଛାଡିଛାଡି ରହିଲେ ତାହା ଜ୍ୟୋତିଷ ଶାସ୍ତ୍ରରେ ଠିକ ହୋଇ ନ ଥାଏ।

୪- ଭାଇମାନେ ଧ୍ୟାନ ରଖିବା ଉଚିତ ଯେ, ରାଖି ବାନ୍ଧିବା ପରେ ଭଉଣୀଙ୍କୁ ସେହିଠାରେ କିଛି ବି ମୁଦ୍ରା ଉପହାର ଦେବା ଉଚିତ୍। ପରବର୍ତ୍ତି ସମୟରେ କଣ ଦେବେ ତାହା ଭିନ୍ନ କଥା। ହେଲେ ପୂଜା ସମୟରେ ଟଙ୍କିଆ ମୁଦ୍ରାଟିଏ ହେଉ ପଛେ ସେହି ଥାଳିରେ ରଖିବା ଉଚିତ।

୫- ରାଖୀ ବନ୍ଧନ ପୂର୍ବରୁ ଉଭୟ ଭାଇ ଓ ଭଉଣୀ ଉପବାସ ରହିବା ଉଚିତ। ପୂଜାକାମ ସରିବା ପରେ ଉଭୟ ଯାହାକିଛି ସେବ କରିପାରିବେ। ତେବେ ସେଦିନ ଅମିଷ ସେବନ ସଂପୂର୍ଣ୍ଣ ନିଷେଧ ରହିଛି।

Related posts