ଘରେ ଲଗାନ୍ତୁ ଏହିସବୁ ଗଛ, ସର୍ବଦା ରହିବ ମାତା ଲକ୍ଷ୍ମୀଙ୍କ କୃପା

Published: Oct 18, 2021, 6:55 am IST

ବାସ୍ତୁ ଟିପ୍ସ: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ।

ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।

ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ କରିଥା’ନ୍ତି। ସେହିପରି ତୁଳସୀର ଉପକାରୀ ଗୁଣ ଅନନ୍ୟ। ତୁଳସୀ ଗଛ ଘରେ ଲଗାଇବା ଦ୍ବାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସେହିପରି ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ସେହିପରି ମନି ପ୍ଲାଣ୍ଟ ମଧ୍ୟ ଅତ୍ୟନ୍ତ ଶୁଭ। ଏହି ଗଛ ଲଗାଇବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ହଦଳୀ ଗଛ ମଧ୍ୟ ବେଶ୍‌ ଶୁଭଦାୟକ।

ଯଦି ଆପଣ କିଚେନ୍‌ ଗାର୍ଡେନ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧନିଆ, ପାଳଙ୍ଗ ପରି ଗଛଗୁଡିକୁ ଲଗାନ୍ତୁ। ଏହା ରୋଷେଇରେ ସାହାଯ୍ୟ କରିବା ସହିତ ଏହି ଗଛଗୁଡିକ ବାସ୍ତୁ ଦୃଷ୍ଟିରୁ ବହୁତ ଶୁଭ ହୋଇଥାଏ।

ତେବେ ଘରେ କୌଣସି ପ୍ରକାରର କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ସେହିପରି ଯେଉଁ ଗଛର ଛାଲକୁ କାଟିଲେ ଧଳା ଧଳା ପଦାର୍ଥ ବାହାରିଥାଏ, ସେପରି ଗଛ ଲଗାନ୍ତୁ ନାହିଁ। ଏପରି ଗଛ ଲଗାଇଲେ ଘରେ ନକାରାତ୍ମକ ଶକ୍ତିସୃଷ୍ଟି ହୋଇଥାଏ।

Related posts