ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ମୂଲ୍ୟବାନ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ମିଳିବ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ

Published: Dec 23, 2021, 7:49 am IST

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ସଫଳ ହେବାକୁ ପ୍ରେରଣା ଦିଏ। ଭାରତର ଶ୍ରେଷ୍ଠ ପଣ୍ଡିତମାନଙ୍କ ମଧ୍ୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଗଣନା କରାଯାଏ। ଚାଣକ୍ୟ ଅର୍ଥନୀତି ଭଳି ରାଜନୀତି, କୂଟନୈତିକ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ଚାଣକ୍ୟ ତାଙ୍କ ଜ୍ଞାନ ଏବଂ ଅଭିଜ୍ଞତାରୁ ଅଣୁଭା କରିଥିଲେ ଯେ, ସମସ୍ତଙ୍କ ମନରେ ଅର୍ଥ ପ୍ରତି ଆକର୍ଷଣ ଅଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ମନରେ ଧନୀ ହେବାକୁ ଚାହାଁନ୍ତି। ସେଥିପାଇଁ ସଂଘର୍ଷ କରନ୍ତି ଏବଂ ପରିଶ୍ରମ କରନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଟଙ୍କା ହେଉଛି ଏକ ପ୍ରମୁଖ ଉତ୍ସ, ଯାହା ଦ୍ୱାରା ଜୀବନ ସହଜ ଏବଂ ସରଳ ହୋଇପାରିବ। ଆଚାର୍ଯ୍ୟ ତାଙ୍କ ଚାଣକ୍ୟ ନୀତିରେ ଟଙ୍କା ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଯାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଲକ୍ଷ୍ୟକୁ ପ୍ରାପ୍ତ କରିବା: ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଥରେ ଆପଣ ଏକ ଲକ୍ଷ୍ୟ ସ୍ଥିର କରିସାରିବା ପରେ, ଏହାକୁ ସମ୍ପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍। ଲକ୍ଷ୍ୟ ହାସଲ କରିବା ପାଇଁ ଜଣେ କଠିନ ପରିଶ୍ରମ କରିବା ଆବଶ୍ୟକ। ଲକ୍ଷ୍ୟ ହାସଲ କରିବାରେ ମାତା ଲକ୍ଷ୍ମୀଙ୍କର ଅନୁଗ୍ରହ ଲୁଚି ରହିଥାଏ। ଯେଉଁମାନେ ସମୟ ଅନୁସାରେ କଠିନ ପରିଶ୍ରମ ମାଧ୍ୟମରେ ଲକ୍ଷ୍ୟ ହାସଲ କରନ୍ତି, ସେମାନେ ସମସ୍ତେ ନିଜ ଜୀବନରେ ଧନ, ମାନ ଏବଂ ସମ୍ମାନ ପ୍ରାପ୍ତ କରନ୍ତି।

ଖରାପ ଅଭ୍ୟାସ ତ୍ୟାଗ କରନ୍ତୁ- ଯଦି ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ତେବେ ସେ ଖରାପ ଅଭ୍ୟାସଠାରୁ ଦୂରରେ ରହିବା ଉଚିତ୍। ଯେଉଁମାନେ ଖରାପ ଅଭ୍ୟାସ ଗ୍ରହଣ କରନ୍ତି ସେମାନଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ମାତା ଲକ୍ଷ୍ମୀ ଏପରି ଲୋକଙ୍କୁ ଛାଡି ଚାଲିଯାଆନ୍ତି। ଖରାପ ଅଭ୍ୟାସ ଜଣେ ବ୍ୟକ୍ତିର ଗୁଣକୁ ନଷ୍ଟ କରିଦିଏ। ପ୍ରତିଭାବାନ ହେବା ପରେ ମଧ୍ୟ ଏହିପରି ଲୋକମାନେ ସଫଳତା ପାଇଁ ସଂଘର୍ଷ କରନ୍ତି। କ୍ରୋଧ, ଅହଂକାର, ଲୋଭ ହେଉଛି କିଛି ଖରାପ ଅଭ୍ୟାସ ଯାହା ଜଣେ ବ୍ୟକ୍ତିର ସଫଳତାକୁ ଅଧିକ ପ୍ରଭାବିତ କରିଥାଏ।

Related posts