ବଡଦିନ ଆଉ ନୂଆ ବର୍ଷ ପାଳନ ଉପରେ ଲାଗିଲା କଟକଣା, ଜାରି ହେଲା ନୂଆ ଗାଇଡଲାଇନ

Published: Dec 24, 2021, 2:37 pm IST

ଭୁବନେଶ୍ଵର: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଏବଂ ନୂତନ ବର୍ଷ ପାଇଁ କଟକଣା ଲଗାଯାଇଛି। ଏଥିପାଇଁ ରାଜ୍ୟସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ, ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ଲାଗୁ ରହିବ।

ବଡ ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ସୀମିତ ରହିବ। ହେଲେ ୫୦ରୁ ଉର୍ଦ୍ଧ୍ଵ ଲୋକ ଚର୍ଚ୍ଚରେ ଏକାଠି ହୋଇପାରିବେ ନାହିଁ। ଜିରୋ ନାଇଟ ପାଳନକୁ ଅନୁମତି ନାହିଁ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷ ସ୍ଵାଗତକୁ ବାରଣ କରାଯାଇଛି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ଉପରେ କଟକଣା ଲାଗିଛି। କୋଭିଡ କଟକଣାକୁ ମାନି ଶେଷକୃତ୍ୟ କରିବାକୁ ଅନୁମତି ମିଳିଛି। ଗୋଷ୍ଠୀ ଭୋଜି ଉପରେ କଟକଣା ଲାଗିଛି। ଶୋଭାଯାତ୍ରା, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

Related posts