ଭକ୍ତଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଶ୍ରଦ୍ଧାଳୁ

Published: May 19, 2022, 1:46 pm IST

ପୁରୀ: ଆଜି ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ସ୍ନାନ ଯାତ୍ରା ପାଇଁ କଟକଣା ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ। ପୂର୍ବଭଳି ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ।

ସେହିପରି ହାତୀ ବେଶ ପରେ ସ୍ନାନ ବେଦୀ ଉପରକୁ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ଶ୍ରଦ୍ଧାଳୁମାନେ ସ୍ପର୍ଶ କରି ପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।

Related posts