ନିଜ ବାଲୁକା କଳାରେ ଶ୍ରୀଗଣେଷଙ୍କୁ ଆବାହନ କଲେ ଶିଳ୍ପୀ ମାନସ ସାହୁ

Published: Aug 31, 2022, 9:31 am IST

ପୁରୀ: ବିଘ୍ନ ହରତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱ ରେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “World Peace” ର ବାର୍ତ୍ତା ଦେଇଛନ୍ତି।

Related posts