ହୋଲି ଦିନ କରନ୍ତୁ ଏହି ଉପାଚାର, ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

Published: Mar 5, 2023, 4:57 pm IST

ଜୀବନ ଶୈଳୀ: ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ।

୧- ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ। ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ।

୨- ପରିବାରରେ ଯଦି କୈଣସି ତ୍ରୁଟି ଥାଏ, ତେବେ ହୋଲିକା ଦହନ ପର୍ବ ପାଳନ କରି ସମସ୍ତ ଘର ସଦସ୍ୟଙ୍କୁ ଜଡିତ କରାନ୍ତୁ। ଏହି ଅଗ୍ନିର ଚାରିପଟେ ତିନି ଥର ବୁଲିବା ପରେ ହଳଦିଆ ସୋରିଷ, ଅଳସୀ ଏବଂ ଗହମ ନିଆଁରେ ପକାନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଗ୍ରହଗୁଡିକ ଅନୁକୂଳ ହେବ ଯାହା ଘରେ ଶୁଭଫଳ ଆଣିବ।

୩- ଯଦି ଆପଣ କୈଣସି ରୋଗରେ ପୀଡିତ ଅଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ର, ଏକ ତାଜା ଗୋଲାପ ଫୁଲରେ ରୋଗୀଙ୍କୁ ୩୧ ଥର ଝାଡି ଦିଅନ୍ତୁ। ଏହାପରେ ତାହାକୁ ନେଇ ଏକ ଛକ ନିକଟରେ ରଖନ୍ତୁ। ଏହି ସମୟରେ ପଛକୁ ଦେଖନ୍ତୁ ନାହିଁ।

୪- ଯଦି ରୋଜଗାରର ସମସ୍ୟା ଅଛି, ତେବେ ହୋଲି ରାତିରେ ଏକ ଲେମ୍ବୁ ସହିତ ଏକ ଛକକୁ ଯାଇ ଏହାକୁ ଚାରି ଖଣ୍ଡରେ କାଟିଦିଅନ୍ତୁ। ଏହା ପରେ, ଏହାକୁ ଚାରି ଦିଗକୁ ଗୋଟିଏ ଗୋଟିଏ ଖଣ୍ଡ ଫିଙ୍ଗି ଘରକୁ ଫେରିଯାଆନ୍ତୁ। ଆସିବା ସମୟରେ ପଛକୁ ଦେଖନ୍ତୁ ନାହିଁ।

୫- ଯଦି ବିବାହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ରରେ ଗୁଆ ଏବଂ ହଳଦୀ ଶିବଙ୍କୁ ଅର୍ପଣ କରନ୍ତୁ।

୬- ହୋଲିକା ଦହନ ପରେ ଅବଶିଷ୍ଟ ପାଉଁଶକୁ ନିଜ ଘରକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଆଲମାରିରେ ରଖନ୍ତୁ, ଏହା ଅନାବଶ୍ୟକ ଖର୍ଚ୍ଚକୁ ରୋକିଥାଏ।

୭- ହୋଲି ଖେଳିବା ପୂର୍ବରୁ ଆପଣଙ୍କର ପ୍ରିୟ ଦେବଦେବୀଙ୍କୁ ପ୍ରଥମେ ହୋଲି ରଂଗ ଅର୍ପଣ କରନ୍ତୁ। ଏହାପରେ ହୋଲି ଖେଳିଲେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

Related posts