ନବରାତ୍ରୀ ସ୍ପେଶାଲ ଟ୍ରେନ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

Published: Mar 24, 2023, 7:12 am IST

ଭୁବନେଶ୍ଵର: ନବରାତ୍ରୀ ଉତ୍ସବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରୀ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ ଗୁଡିକ ହେଲା ଝାରସୁଗୁଡା-ଖୋର୍ଦ୍ଧା ରୋଡ-ଝାରସୁଗୁଡା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ-ବାଙ୍ଗିରିପୋଷି ବିଶେଷ ଟ୍ରେନ।

08001/08002 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍- ଝାରସୁଗୁଡ଼ା ନବରାତ୍ରି ସ୍ପେଶାଲ (ଗୋଟିଏ ଯୋଡ଼ା)

08001 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଝାରସୁଗୁଡ଼ାରୁ 24.03.2023ରେ 1745ରେ ବାହାରି ପରଦିନ 0520ରେ ଖୋର୍ଦ୍ଧା ରୋଡ଼ ଠାରେ ପହଞ୍ଚିବ। ଫେରିବା ଦିଗରେ 08002 ଖୋର୍ଦ୍ଧା ରୋଡ୍ – ଝାରସୁଗୁଡ଼ା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ୍ ଠାରୁ 25.03.2013 ତାରିଖ 1900 ଘଟିକାରେ ବାହାରି ପରଦିନ 0750 ଘଟିକାରେ ଝାରସୁଗୁଡ଼ାରେ ପହଞ୍ଚିବ।
ଏହି ସ୍ୱତନ୍ତ୍ର ଟ୍ରେନଟି ବାଗଡେହି, ବାମରା, ଗରପୋଷ, ରାଜଗାଙ୍ଗପୁର, ରାଉରକେଲା, ବିସ୍ରା, ମନୋହରପୁର, ଗୋଲକେରା, ଚକ୍ରଧରପୁର, ଚାଇବାସା, ଡଙ୍ଗୋଆପୋସି, ବଂଶପାଣି, କେନ୍ଦୁଝରଗଡ଼, ହରିଚନ୍ଦନପୁର, ସୁକିନ୍ଦା ରୋଡ୍, ଜଖପୁରା, କଟକ ଓ ଭୁବନେଶ୍ୱର ଷ୍ଟେସନ ମାନଙ୍କରେ ରହଣି କରିବ।

08003/08004 ବାଙ୍ଗିରିପୋଷି – ଖୋର୍ଦ୍ଧା ରୋଡ୍ – ବାଙ୍ଗିରିପୋଷି ନବରାତ୍ରି ସ୍ୱତନ୍ତ୍ର (ଗୋଟିଏ ଯୋଡ଼ା)

08003 ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନଟି 24 ତାରିଖ ରାତ୍ରି 9 ଘଣ୍ଟା 30ମି ରେ ବାଙ୍ଗିରିପୋଷିରୁ ବାହାରି ପରଦିନ ସକାଳ 4ଟା 35ରେ ଖୋର୍ଦ୍ଧା ରୋଡ୍ ଠାରେ ପହଞ୍ଚିବ। ଫେରିବା ଦିଗରେ, 08004 ଖୋର୍ଦ୍ଧା ରୋଡ୍ – ବାଙ୍ଗିରିପୋଷି ସ୍ୱତନ୍ତ୍ର ଟ୍ରେନ 25.03.2023 ରାତ୍ରି 12ଘ.50ରେ ବାହାରି ତା ପରଦିନ ସକାଳ 07.45ରେ ବାଙ୍ଗିରିପୋଷିରେ ପହଞ୍ଚିବ।
ଏହି ସ୍ୱତନ୍ତ୍ର ଟ୍ରେନ୍ ରାଜଲୁକା, ଭଞ୍ଜପୁର, ବାରିପଦା, ବେତନଟୀ, ରୁପ୍ସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ ଓ ଭୁବନେଶ୍ୱର ଷ୍ଟେସନରେ ରହଣି କରିବ।

Related posts