ରଣପୁରରେ ଆରମ୍ଭ ହେଲା ଦଣ୍ଡଯାତ୍ରା

Published: Mar 31, 2023, 7:52 pm IST

ରଣପୁର: ରଣପୁର ଅଚଂଳରେ ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ୧୭ ଦିନଧରି ଦଣ୍ଡଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ଉତ୍ସାହ ଦେଖାଦେଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଭଗତାମାନେ କାମନା ଘରନିକଟରେ ଏକତ୍ରିତ ହେବାପରେ ବିଧି ବିଧାନ ଅନୁଯାଇ ପୂଜାପାଠ କରାଯାଇଥିଲା। ବୁଧବାର ଅପରାହ୍ନନରେ ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିର ନିକଟରେ ରହିଥିବା ସାମୁକା ପୋଖରୀରେ ଓ ଚଣ୍ଡେଶ୍ୱର ଦେବ ବଧି ପୋଖରୀରେ ସ୍ନାନ କରିବା ପରେ ମନ୍ଦିରରେ ବେଢା କରାଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରରେ ଅପରାହ୍ନ ୩.୩୦ ରେ ଚଣ୍ଡେଶ୍ଵର ଦେବ ପ୍ରଥମେ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ। ପରେ ରାଜବାଟି ପରିଷରରେ ପହଚିଂଥିଲେ।

ଘଂଟ ଢୋଲ ମାଡରେ ରଣପୁର କମ୍ପିଥିଲା। ଏତିକି ବେଳେ ରଣପୁରରେ ହୋଇଥିଲା ପ୍ରବଳ ବର୍ଷା। ଅପରାହ୍ନ ୫ ଟାରେ ସ୍ୱପ୍ନେଶ୍ୱର ଦେବ ଏକ ବିରାଟ ଶୋଭାଯାତ୍ରାରେ ସାମୁକା ସାହି ଦେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ। ମନ୍ଦିର ସମ୍ମୁଖରେ ଦଣ୍ଡ ଖେଳ ସାଙ୍ଗକୁ ଚଢେୟା ଚଢୁଇଣି ନୃତ୍ୟ ପରିବେଶଣ କରିଥିଲେ। ଏହି ସମୟରେ ପୁରୁଣାବସନ୍ତ ବାଲଙ୍କେଶ୍ୱରେ ଆସି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ।

ସପ୍ନେଶ୍ୱର ଓ ବାଲୁଙ୍କେଶ୍ୱର ଦେବ ଙ୍କର ମଧ୍ୟରେ ମେଳନ ହୋଇ ପୁଷ୍ପାମାଲ୍ୟା ପ୍ରତିବଦଳ କରାଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଜଗନ୍ନାଥଥ ମନ୍ଦିର ସମ୍ମୁଖରେ ସହ ସହ ଭକ୍ତ ସମାଗମ ହୋଇଥିଲେ। ପରେ ୨ ଠାକୁର ରାଜବାଟିରେ ପହଚିଂ ଭୋଗ ଖାଇବା ସହ ଶାଢି ଗ୍ରହଣ କରିଥିଲେ।

Related posts