ଚାରିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ ୨୦୨୦ ପ୍ରଦାନ

Published: Mar 15, 2020, 12:57 am IST

ଚଳିତ ବର୍ଷ ଖ୍ୟାତନାମା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କୁ ଚନ୍ଦ୍ରପ୍ରଭା – ସ୍ମୃତି ସେବା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସୁସାହିତ୍ୟିକା ତଥା ସଂସ୍କୃତିପ୍ରେମୀ ଅଧ୍ୟାପିକା ଚନ୍ଦ୍ରପ୍ରଭା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଡେଟ୍ ମିଡିଆ ଫାଉଣ୍ଡେସନ୍ ପକ୍ଷରୁ ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ ଶନିବାର ଭୁବନେଶ୍ୱରସ୍ଥିତ ଦି ପ୍ରେସ୍ କ୍ଲବ୍ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହେଇଯାଇଛି । ସେହିପରି ସାହିତ୍ୟ ସମ୍ମାନ ବିଶିଷ୍ଟ କଥାଶିଳ୍ପୀ  ବିୟତ୍ ପ୍ରଜ୍ଞା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସଂସ୍କୃତି ସମ୍ମାନ ବିଶିଷ୍ଟ ଅଭିନେତ୍ରୀ ଭାସ୍ୱତି ବସୁ ଏବଂ ପ୍ରବାସୀ ଓଡିଆ ସମ୍ମାନ ରୀତା ପାତ୍ରଙ୍କୁ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାସ୍ତ ବିଚାରପତି ଜଷ୍ଟିସ୍ ଏ. ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଓ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ଆସୋସିଏଟେଡ ମିଡିଆ ଫାଉଣ୍ଡେସନର ଚେୟାନମ୍ୟାନ୍ ତଥା ବରିଷ୍ଠ ସମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ କବି କେଦାର ମିଶ୍ର ଓ ପାର୍ଥ ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ରାଜନୀତି ବ୍ୟକ୍ତି ବିଶେଷ, ପ୍ରଶାସକ, ସାହିତ୍ୟିକ, ସମାଜସେବୀ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।

Related posts