‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରକାଶ କରିବ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ଅନଲାଇନରେ ମାଗଣା ବହି ପଢିବାର ବ୍ୟବସ୍ଥା

Published: Mar 30, 2020, 6:15 am IST

ମାନବ ସମାଜ ଉପରେ କରୋନା ସଂକ୍ରମଣ ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵକି ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ। କରୋନା ସଂକ୍ରମଣ  ପରବର୍ତ୍ତି କାଳରେ ଏହି ପୁସ୍ତକ ବିଭିିନ୍ନ ବୟସ ପାଠକମାନଙ୍କ ଲାଗି ଅତ୍ୟନ୍ତ ଉପାଦେୟ ରହିବ। ଆମେ ଆଶା କରୁଛୁ ଏହି ଜାତୀୟ ବିପର୍ଯ୍ୟୟ ବିଷୟରେ ବିସ୍ତୁତ ତଥ୍ୟ ସମ୍ବଳିତ ପୁସ୍ତକ ବିଭିନ୍ନ କ୍ଷେତ୍ରର ପାଠକ, ଅଧିକାରୀ,ଗବେଷକମାନଙ୍କ ପାଇଁ ଅତି ଉପାଦେୟ
ରହିବ ବୋଲି ନ୍ୟାସନାଲ ବୁକ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହଛିନ୍ତି।

ଏଥିପାଇଁ ଟ୍ରଷ୍ଟ କରୋନା ସମ୍ପର୍କିତ ସମସ୍ତ ଘଟଣା ଉପରେ ବିଶେଷ ଦୃଷ୍ଟି ରଖାଯାଇଛି। ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ କରୋନାକୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ତଥ୍ୟ ରଖାଯାଉଛି ବୋଲି ଶର୍ମା କହିଛନ୍ତି। ସେହିପରି ଏନବିଟି ଏକ ଜାତୀୟ ପୁସ୍ତକ ପ୍ରକାଶକ ଅନୁଷ୍ଠାନ ଭାବେ ଏହି ଲକଡାଉନ ସମୟରେ ଜନତାଙ୍କ ଲାଗି ତାଙ୍କର ପ୍ରିୟ ପୁସ୍ତକ ସବୁ ଉପଲବ୍ଧ କରାଇଛି। ସେଥିପାଇଁ ଟ୍ରଷ୍ଟର
#StayHomeIndiaWithBooks ଅଭିଯାନ ଆରମ୍ଭ କରାଯାଇଛି। ଟ୍ରଷ୍ଟର ସବୁଠୁ ଭଲ ପୁସ୍ତକଗୁଡିକ ପିଡିଏଫ ରେ ବିନା ମୂଲ୍ୟରେ ଉପଲବ୍ଧ ହୋଇଛି।

Related posts