ଆସନ୍ତାକାଲି ରଥରେ ବିଜେ ହେବେ ଆଜ୍ଞାମାଳ

Published: Jun 21, 2020, 9:22 pm IST

ପୁରୀ: ଆସନ୍ତାକାଲି ରଥରେ ଆଜ୍ଞାମାଳ ବିଜେ ହେବା ନେଇ ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପରିଚାଳାନା କମିଟି ତରଫରୁ କୁହାଯାଇଛି। କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳାନା କମିଟି। ଆଜ୍ଞାମାଳ ପରେ ରଥ ନଗଡିଲେ ନୀତି ବନ୍ଦ ଆଶଙ୍କା ରହିଥିବାରୁ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାରକୁ ଅନୁରୋଧ କରାଯାଇଛି। ଏକ୍ଷେତ୍ରରେ ଛତିଶା ନିଯୋଗ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି କମିଟି ପ୍ରକାଶ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବିଷୟରେ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କମିଟି ତରଫରୁ ନିବେଦନ କରାଯାଇଛି। ରଥଯାତ୍ରାର କୌଣସି ବିକଳ୍ପ ନଥିବାରୁ ସରକାର ହସ୍ତକ୍ଷେପ କରି ସୁପ୍ରିମ କୋର୍ଟରେ ପୁନଃବିଚାର ପିଟିସନ ଦାଖଲ କରନ୍ତୁ କିମ୍ବା ସରକାର ଆର୍ଡିନାନ୍ସ ମାଧ୍ୟମରେ ରଥଯାତ୍ରା କରନ୍ତୁ ବୋଲି କମିଟି ଅନୁରୋଧ କରିଛି। ବିନା ଭକ୍ତରେ ରଥାଯାତ୍ରା କରାଯାଉ ବୋଲି ଏହି କମିଟି ପ୍ରସ୍ତାବ ଦେଇଛି।

Related posts