ବାହୁଡା ଯାତ୍ରା ପାଇଁ ତିନିରଥକୁ ଦକ୍ଷିଣ ମୋଡ କରିବା ପରେ ବର୍ତ୍ତମାନ ତିନିଠାକୁରଙ୍କୁ ଅପେକ୍ଷା

Published: Jun 28, 2020, 11:18 pm IST

ପୁରୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯାଇଥିଲା । ପରେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରି ରଖାଯାଇଛି।

ରଥଯାତ୍ରା ପାଇଁ ପୁରା ପୁରୀ ଜିଲ୍ଲାରେ ର୍କଫ୍ୟୁ ଲାଗୁ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି। ଆସନ୍ତା 1 ତାରିଖ ବୁଧବାର ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ସେଦିନ ସକାଳ ଆଠଟାରେ ବାହୁଡା ପହଁଣ୍ଡି କରାଯିବ। ସେହିପରି ଛେରାପହଁରା ଦିନ 10ଟା 30 ରେ କରାଯିବ ବୋଲି ନିଷ୍ପତି କରାଯାଇଛି।

Related posts