କୋଭିଡ ପରେ ଆୟୋଜିତ ହେବ ଚଳଚ୍ଚିତ୍ର ମହୋତ୍ସବ

Published: Jul 9, 2020, 8:58 pm IST

ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏହାର ଆୟୋଜନ କରିବେ। ଗତକାଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ କନଫରେନସିଂରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଭାଗ ନେଇଥିଲେ।

କୋଭିଡ ପରବର୍ତ୍ତୀ ସମୟରେ କରୋନା ଯୋଗୁଁ କ୍ଷତିଗ୍ରସ୍ତ ଚଳଚ୍ଚିତ୍ର ଶିଳ୍ପର କିପରି ପୁନରୁଦ୍ଧାର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ କଟକଣା ଯୋଗୁଁ ପ୍ରଭୂତ କ୍ଷତି ସହିଥିବା ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

Related posts