ପୁଣି ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ଘରେ କରୋନା : ମା’ ଭାଇ ସମେତ ଚାରିଜଣ ପଜିଟିଭ୍‌

Published: Jul 12, 2020, 11:58 am IST

ମୁମ୍ବାଇ : ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁତ୍ର ଅଭିଷେକ ବଚ୍ଚନ କରୋନାରେ ପଜିଟିଭ୍‌ ହେବା ପରେ ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ଘରେ କରୋନା ପହଞ୍ଚିଛି । ବଲିଉଡ୍ ଅଭିନେତା ଅନୁପମ ଖେର୍‌ଙ୍କ ମାଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି। ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏନେଇ ମଧ୍ୟ ବିଏମ୍‌ସି ମଧ୍ୟ ସୂଚନା ଦେଇଥିବାବେଳେ ସେ ଘରକୁ ସାନିଟାଇଜ୍‌ କରାଯାଇଛି ।

Related posts