ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ବଜାରରେ ସବାଇ ଘାସ ଓ ଧାନରେ ତିଆରି ରାକ୍ଷୀର ଚାହିଦା ବେଶୀ

Published: Aug 1, 2020, 11:28 am IST

ଭୁବନେଶ୍ବର, ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଏହିଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ରାକ୍ଷୀର ଚାହିଦା ବଜାଇ ରହିଛି। ତେବେ କରୋନା କଟକଣା ପାଇଁ ବର୍ତ୍ତମାନ ରାକ୍ଷୀ ଦୋକାନରେ ସେପରି ଭିଡ ନାହିଁ। ହେଲେ ଏହି ପରିସ୍ଥିତିରେ ଭଉଣୀମାନେ ରାକ୍ଷୀ କିଣିବାରେ ଅବହେଳା ମଧ୍ୟ କରି ନାହିଁନ୍ତି। କାଁ ଭାଁ ଖୋଲିଥିବା ରାକ୍ଷୀ ଦୋକାନରେ ବର୍ତ୍ତମାନ ଭିଡ ଜମିବାରେ ଲାଗିଛି।

ତେବେ ଚଳିତ ବର୍ଷ ପ୍ରାକୃତିକ ରାକ୍ଷୀ କିଣିବାରେ ଭଉଣୀମାନଙ୍କର ଆଗ୍ରହ ବେଶୀ ରହିଛି। ସେହି ହିସାବରେ ରାକ୍ଷୀ ନିର୍ମାତାମାନେ ମଧ୍ୟ ବଜାରକୁ ପ୍ରାକୃତିକ ଭାବେ ତିଆରି ରାକ୍ଷୀ ବଜାରକୁ ଆଣିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ସବାଇ ଘାସ ଦ୍ବାରା ପ୍ରସ୍ତୁତ ରାକ୍ଷୀ। ଘାସକୁ ବିଭିନ୍ନ ଡିଜାଇନରେ ବୁଣାଯାଇ ପ୍ରସ୍ତୁତ କରାଯାଇଛି ଏହି ରାକ୍ଷୀ। ସେହିପରି ଧାନରେ ମଧ୍ୟ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରାଯାଇଛି।

ଆସନ୍ତା ସୋମବାର ହେଉଛି ରାକ୍ଷୀ ପୂର୍ଣ୍ଣିମା।

Related posts