ଗଣେଷ ପୂଜା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ଭିନ୍ନ ଧରଣର ବାଲୁକା କଳା, କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା

Published: Aug 22, 2020, 9:48 am IST

ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ ପୂଜା ଅବସରରେ ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ଗଣେଷ ବାଲୁକା କଳା।

ସୁଦର୍ଶନ ଏହି ବିରାଟକାୟ ଗଣେଷ ସ୍ଥାପତ୍ୟ କରିବା ସହିତ କରୋନା ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ପ୍ରଭୃ ଗଜାନନଙ୍କୁ ସାରା ବିଶ୍ବକୁ କରୋନାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ଗଣେଷ ପ୍ରତିମୂର୍ତ୍ତିର ଶୁଣ୍ଢ ପାଖରେ ସୁଦର୍ଶନ ଏକ ଗୋଲାକାର ସ୍ଥାପତ୍ୟ କରି ସେଥିରେ ଏହି ବାର୍ତ୍ତା ଲେଖିଛନ୍ତି। ଇଂରାଜୀରେ ଲେଖିଥିବା ଏହି ବାର୍ତ୍ତାର ଓଡିଆରେ କୁହାଯାଇପାରେ ଯେ, କୋରନା ସହିତ ଯୁଦ୍ଧ କରିବା ପାଇଁ ପ୍ରଭୃ ଗଣେଷ ଆମକୁ ଶକ୍ତି ପ୍ରଦାନ କରନ୍ତୁ।

ତେବେ ଏହି ବାଲୁକାକଳାକୁ ଅନୁଧ୍ୟାନ କଲେ ପ୍ରଭୃ ଗଣେଷଙ୍କ ବାହନ ମୂଷା ବେଶ୍ ଆକର୍ଷଣୀୟ ହୋଇପାରିଛି।

Related posts