ଓସ୍କାର ଆୱାର୍ଡ ଦୌଡରେ ମଲୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’

Published: Nov 26, 2020, 11:32 am IST

ନୂଆଦିଲ୍ଲୀ : 93ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମଲାୟାଲମ୍‌ ଫିଲ୍ମ ‘ଜଲ୍ଲିକଟୁ’ମନୋନୀତ କରାଯାଇଛି । ଫିଲ୍ମ ବା ମନୋରଞ୍ଜନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ସମ୍ମାନଜନକ ଆଓ୍ବାର୍ଡ ହେଉଛି ଓସ୍କାର ଆଓ୍ବାର୍ଡ ।  ଓସ୍କାର ଆଓ୍ବାର୍ଡ ଦୌଡ଼ରେ ସାମିଲ୍‌ ହୋଇଛି ମଲୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ । ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସଂପର୍କ ଓ ଭାବପ୍ରବଣତାକୁ ଅତି ନିଖୁଣ ଭାବରେ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ।ଏହି ଫିଲ୍ମକୁ ଭାରତୀୟ ଚଳଚିତ୍ର ଫେଡେରେସନ୍ ଜୁରିର ମୁଖ୍ୟ ଫିଲ୍ମ ନିର୍ମାତା, ରାହୁଲ୍ ରାୱେଲ୍ ଚୟନ କରିଛନ୍ତି । ଭାରତ ତରଫରୁ ଓସ୍କାର ଦୌଡରେ ବେଷ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହି ଫିଲ୍ମ ଚୟନ କରାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି,ଲିଜୋ ଜୋସେ ପେଲିସେରି । ଏହି ମଲାୟାଲମ୍‌ ଫିଲ୍ମଟି 26ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେସାମିଲ୍‌ ହୋଇଛି  । ଏହି ରେସ୍‌ରେ ଶକୁନ୍ତଳା ଦେବୀ, ଗୁଞ୍ଜ ସକ୍‌ସେନା,ଗୁଲାବୋ ସିତାବୋ, ସିରିୟସ୍‌ ମେନ୍‌, ଦି ପିଙ୍କ ସ୍ପାଇ ଓ ମରାଠୀ ଫିଲ୍ମ ବିଟରସ୍ବିଟ୍‌ ଓ ଡିସାଇପଲ୍‌ ମଧ୍ୟ ରହିଥିଲେ ।

Related posts