ବିବାହ ବନ୍ଧନରେ ଆବଦ୍ଧ ହେଲେ ଟେଲି ଅଭିନେତା ଶାହିର୍‌ ଶେଖ୍‌

Published: Nov 28, 2020, 2:20 pm IST

ମୁମ୍ବାଇ : ଏବେ ବିବାହର ଋତୁ ଉପସ୍ଥିତ । ଏହି ସମୟ ମଧ୍ୟରେ ବହୁ ଅଭିନେତାମାନେ ବିବାହ କରିଛନ୍ତି । ତେବେ ଗତକାଲି ବିବାହ କରିଛନ୍ତି ଟେଲିଅଭିନେତା ଶାହିର୍‌ ଶେଖ୍‌ । ଶୁକ୍ରବାର ଦିନ ଶାହିର୍‌ ନିଜର ବହୁ ଦିନର ପ୍ରେମିକା ରୁଚିକା କପୁର୍‌ଙ୍କୁ ବିବାହ କରିଛନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ଆଡମ୍ବରପୂର୍ଣ୍ଣ ବିବାହ ନ କରି କୋର୍ଟ ମ୍ୟାରେଜ୍‌ କରିଛନ୍ତି ଦୁହେଁ । ଏହି ମ୍ୟାରେଜ୍‌ରେ କେବଳ ଅତି ନିକଟତର ବନ୍ଧୁ ଓ ପରିବାର ଲୋକେ ସାମିଲ୍‌ ରହିଥିଲେ । ଅଭିନେତା ଶାହିର୍‌ଙ୍କ ଅନ୍‌ସ୍କ୍ରିନ୍‌ ମଦର୍‌ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁପ୍ରିୟା ପିଲ୍‌ଗାଓଁକର ସାହିର୍‌ଙ୍କ ବିବାହରେ ସାମିଲ୍‌ ହୋଇଥିଲେ ।

ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ନବ୍ୟା’ର ଅନନ୍ତ ଓ ପରବର୍ତ୍ତୀ ସମୟରେ ମହାଭାରତରେ ମହାଧୁନର୍ଦ୍ଧର ଅର୍ଜୁନ୍‌ ଚରିତ୍ରରେ ଆସି ବେଶ୍‌ ଲୋକପ୍ରିୟତା ପାଇଥିଲେ । ଏହାପରେ ଶାହିର୍‌ ‘କୁଛ୍‌ ରଙ୍ଗ ପ୍ୟାର୍‌ କେ ଏସେ ଭି’ରେ ମିଷ୍ଟର ଦୀକ୍ଷିତ୍‌ ଚରିତ୍ରରେ ଉଭା ହୋଇଥିଲା । ଏବେ ଶାହିର୍‌ ‘ୟେ ରିସ୍ତା ହୈ ପ୍ୟାର୍‌ କେ’ରେ ଅଭିନୟ କରୁଛନ୍ତି । ସେହିପରି ରୁଚିକା କପୁର୍‌ ବାଲାଜୀ ପ୍ରଡକ୍ସନର ଭାଇସ୍‌ ପ୍ରେସିଡେଣ୍ଟ ରୂପେ କାର୍ଯ୍ୟରତା । ଟେଲିଜଗତର ହ୍ୟାଣ୍ଡସମ୍‌ ହିରୋଙ୍କ ବିବାହକୁ ନେଇ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Related posts