ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଜେଲ୍ ଗଲେ। ତିନିଦିନିଆ ରିମାଣ୍ଡ ପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୁଲିସ। ରିମାଣ୍ଡ ସରିଥିବାରୁ ବିଚାରବିଭାଗୀୟ ହେପାଜତକୁ ଗଲେ ସରୋଜ। ଏକୁଟିଆ ଅବସ୍ଥାରେ ସରୋଜ ପରୀକୁ ଦୁଷ୍କର୍ମ କରିଥିବାର କହିଛି ଏସ୍ଆଇଟି । ଘରେ କେହି ନଥିବାବେଳେ ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ଆଉ ସେଥିରେ ସେ ବାଧା ଦେବାରୁ ସରୋଜ ନାବାଳିକାର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସଆଇଟି କହିଛି ।
ଅପରପକ୍ଷରେ ଏସ୍ଆଇଟି ତଦନ୍ତ ନେଇ ନୟାଗଡ଼ ଯଦୁପୁରରେ ପରୀର ମା ପ୍ରତିକ୍ରିୟା ରଖିଛନ୍ତି। ପରୀର 75 ପ୍ରତିଶତ ହାଡ଼ କୁଆଡ଼େ ଗଲା ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। ଏସଆଇଟି କାହାଣୀ ଶୁଣାଉଛି। ପ୍ରକୃତ ଆସାମୀକୁ ଘୋଡ଼ାଇବାକୁ ଚାହୁଁଛି। ବାବୁଲି ନାଏକ ଏବଂ ତାର ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଅଛନ୍ତି ବୋଲି କହିଛନ୍ତି ପରୀର ମା’ । ସିବିଆଇ ତଦନ୍ତ ହେଉ, ପ୍ରକୃତ ଦୋଷୀକୁ ଧରାଯାଉ ବୋଲି ପରୀର ମା କହିଛନ୍ତି। ସେହିପରି ପରୀର କିଛି ହାଡ ମିସିଙ୍ଗ୍ ହୋଇନାହିଁ ବୋଲି କହିଛନ୍ତି ଏସ୍ଆଇଟି ମୁଖ୍ୟ ।