ବାଣପୁର ଅଞ୍ଚଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ

Published: Dec 25, 2020, 4:39 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ସୁସ୍ଥ ଓ ନିରାମୟ ଜୀବନ ପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ମଶାରୀ ଯୋଜନା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ  ଶହୀଦ କୃତିବାସ ଭବନ ପରିସର ମଧ୍ୟରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ(L.L.I.N.)ବଣ୍ଟନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ  ବାଣପୁର  ଏକମାତ୍ର ମ୍ୟାଲେରିଆ ଅଧ୍ୟୁଷିତ ଅଞ୍ଚଳ ଭାବେ ସ୍ଥାନିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ମଶାରୀ ଅଭିଯାନ’ ରଥ ମାଧ୍ୟମରେ ଗାଁ କୁ ଗାଁ ବୁଲି ସଚେତନତା କରାଯିବା ସହ  ଉକ୍ତ ବ୍ଲକର  ୩୦ହଜାରରୁ ଉର୍ଦ୍ଧ୍ବ ପରିବାର ସହିତ ପାଖାପାଖି ୮୭ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଶାରୀ ବାଣ୍ଟିବାର ଲକ୍ଷ୍ୟ  ରଖାଯାଇଛି  ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ ଧୁର୍ଯଟି ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଖୋର୍ଦ୍ଧା ADPAO(VBD) ଡ଼ ଜୀବନ୍ତ କୁମାର ଆଚାର୍ଯ୍ୟ, ADPHEO ପି କେ ମିଶ୍ର, DBVDC ଏସ କେ ରାଉତ, VBDTC ଦୀପକ ନାୟକ,  ବିଧାୟକଙ୍କ ବ୍ଲକ ପ୍ରତିନିଧି ଗୋପୀନାଥ ମହାରଣା, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତିନିଧି ମିଟୁ ନାୟକ ସମେତ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ , ଅଙ୍ଗନବାଡି  ଓ ଆଶା କର୍ମୀମାନଙ୍କ ଉପସ୍ଥିତରେ ମଶାରୀ ବଣ୍ଟନ କରାଯାଇ ଥିଲା।

Related posts