ଭୁବନେଶ୍ବର: ବ୍ରିଟେନ୍ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା ମାଆଙ୍କ ସହ ଶିଶୁ ବ୍ରିଟେନ୍ରୁ ଫେରିଥିଲା। ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିବାର ସୂଚନା ରହିଛି। ବାପା, ମାଆ ଓ ଶିଶୁକୁ ଇନ୍ଷ୍ଟିଚ୍ୟୁସନାଲ୍ ଆଇସୋଲେସନ୍ରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।