ନୂଆଦିଲ୍ଲୀ, ଚୀନର ଉହ୍ବାନ ସହରରୁ କରୋନା ଭାଇରସ ଉତ୍ପନ ହୋଇଥିଲା। ସେହିଠାରୁ ହିଁ ଏହି ଭାଇରସ ସାରା ପୃଥିବୀକୁ ବ୍ୟାପିଥିଲା। ବର୍ଷେ ତଳେ ଚୀନର ଜଣେ ରିପୋର୍ଟର ଏହି ଘଟଣାକୁ ପ୍ରସାରଣ କରିଥିଲେ। ଏବେ ତାଙ୍କୁ ଚୀନ ସରକାର ତାଙ୍କୁ ଦଣ୍ଡ ଦେଇଛନ୍ତି। ସେ ହେଉଛନ୍ତି 34 ବର୍ଷିୟ ଝାଙ୍ଗ ଝାନ୍।
ତାଙ୍କ ଓକିଲ କହିଛନ୍ତି ଯେ, ସେ ବର୍ଷେ ତଳେ ଚୀନର କରୋନା ଭାଇରସ ସଂପର୍କରେ ରିପୋର୍ଟ କରିଥିଲେ। ସେତେବେଳେ ସେ ଏହି ବ୍ରେକିଂ ଖବର ପ୍ରସାରଣ କରିଥିଲେ। ହେଲେ ତାଙ୍କ ଉପରେ ବର୍ତ୍ତମାନ ସରକାର ବିଭିନ୍ନ ମାମଲା ଦାୟର କରି 4 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାକୁ ନେଇ ଚୀନ ସହିତ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।