ଢେଙ୍କାନାଳ : ଢେଙ୍କାନାଳ ଜେଲ୍ର ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଉଛନ୍ତି ବ୍ରହ୍ମା ଦେହୁରୀ । କାଲି ଅସୁସ୍ଥ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆଜି ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ମାମଲାରେ 2013ରୁ ଜିଲ୍ଲା କାରାଗାରରେ ଥିଲେ ବ୍ରହ୍ମାନନ୍ଦ । ତେବେ କଏଦୀ ଜଣକର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।