ଭୁବନେଶ୍ୱର : ଜାନୁଆରୀରେ 75 ପ୍ରତିଶତରେ ଟ୍ୱିନ ସିଟିରେ ଅଫିସ୍ ଚାଲିବ । କେଉଁମାନେ ଅଫିସ୍ ଆସିବେ ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି । ସରକାରୀ ଅଫିସ୍ରେ ନୂଆବର୍ଷ କଟକଣା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବା ଜିଏ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ସେହିପରି ଅଫିସ୍ରେ ସାମାଜିକ ଦୂରତ୍ବ ଓ ଭର୍ଚୁଆଲ ଅଭିନନ୍ଦନ ଜଣାଇବା ପାଇଁ କୁହାଯାଇଛି । ଏହାଛଡ଼ା ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।