ଭୁବନେଶ୍ୱର: 6ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି 6 ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି। ଏହି 6 ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଚାରିଜଣ ଇଞ୍ଜିନିଅର ରହିଥିବାବେଳେ 2 ଜଣ ଅବକାରୀ ବିଭାଗର ଅଧିକାରୀ ରହିଛନ୍ତି ।
6 ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି – କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା, କଟକ ଆରଏଣ୍ଡବି କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର ଆରଏଣ୍ଡବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ, ସୁନ୍ଦରଗଡ଼ ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ ।