ଭୁବନେଶ୍ବର : ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍ରେ ପାରାଦୀପ ବନ୍ଦର ନେଇ ବଡ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ନେଇ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି ।ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍ । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ବସ୍ତରୀୟ ପାଇଁ 3 ହଜାର କୋଟି ଖର୍ଚ୍ଚ ହେବା ନେଇ ସୂଚନା ରହିଛି।