ଗୁରଗାଓଁ: ହରିୟାଣାର ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ୍ ବୁଧବାର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ବୋଲି ନିଜେ ଟୁଇଟ୍ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ସେ ଘରେ ଅକ୍ସିଜେନ୍ ସପେର୍ଟରେ ରହିବେ ।
I am discharged from Medanta Hospital today. Will stay at Home on Oxygen support.
— Anil Vij Minister Haryana, India (@anilvijminister) December 30, 2020
ଭାରତରେ ବାୟୋଟେକ୍ କୋଭିଡ୍ -19ର ସମ୍ଭାବିତ ଟିକର କ୍ଲିନିକାଲ ଟ୍ରାଏଲ୍ରେ ଭାଗ ନେଇଥିଲେ ଅନିଲ୍ ଭିଜ୍ । ଏହାପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ପିଜିଆଇଏମଏସ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡିସେମ୍ବର 15 ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଇସିୟୁରୁ ବାହାରି ଏବେ ତାଙ୍କ ଅବସ୍ଥା ଟିକେ ସ୍ବାଭାବିକ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି ।