Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କ୍ୟାବିନେଟ ମଞ୍ଜୁରି: ତିନୋଟି ଗଣରାଜ୍ୟରେ ଖୋଲିବ ଭାରତୀୟ ମିଶନ
ଅନ୍ତରାଷ୍ଟ୍ରୀୟ

କ୍ୟାବିନେଟ ମଞ୍ଜୁରି: ତିନୋଟି ଗଣରାଜ୍ୟରେ ଖୋଲିବ ଭାରତୀୟ ମିଶନ

December 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
New Delhi: Prime Minister Narendra Modi chairs Cabinet meeting in New Delhi

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୧ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି।

କାର୍ଯ୍ୟକାରୀ ରଣନୀତି:

ଏହି ରାଷ୍ଟ୍ରଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲାଯିବା ଫଳରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୈତିକ ସମ୍ପର୍କ ଗଭୀର ହେବା, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା, ଜନସମ୍ପର୍କ ମଜବୁତ କରିବା, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ।

ଏସବୁ ଦେଶରେ ଭାରତୀୟ ମିଶନ ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି ଉନ୍ନତ ଢଙ୍ଗରେ ସହାୟତା କରିପାରିବ।

ଉଦ୍ଦେଶ୍ୟ:

ଆମର ବିଦେଶ ନୀତିର ଉଦ୍ଦେଶ୍ୟ ହେଉଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ଭାଗିଦାରୀ ଜରିଆରେ ଭାରତର ଉନ୍ନତି ଓ ବିକାଶ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭାରତୀୟ ମିଶନ ଏବଂ ପୋଷ୍ଟ ରହିଛି। ଏଗୁଡ଼ିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଆମ ସମ୍ପର୍କର ବାହକ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ତିନୋଟି ନୂତନ ଭାରତୀୟ ମିଶନ ଖୋଲିବାର ଏହି ନିଷ୍ପତ୍ତି ‘ସବକା ସାଥ ସବକା ବିକାଶ’ ବା ଉନ୍ନତି ଏବଂ ବିକାଶକୁ ନେଇ ଆମର ଜାତୀୟ ପ୍ରାଥମିକତାକୁ ପ୍ରାପ୍ତି ଦିଗରେ ଏକ ଭବିଷ୍ୟଗାମୀ ପଦକ୍ଷେପ। ଭାରତର ରାଜନୈତିକ ଉପସ୍ଥିତିରେ ବୃଦ୍ଧି ପାରସ୍ପରିକ ଭାବେ ଭାରତୀୟ କମ୍ପାନୀଗୁଡ଼ିକୁ ଉନ୍ନତ ବଜାର ସୁବିଧା ପ୍ରଦାନ କରିବ ଏବଂ ସାମଗ୍ରୀ ଓ ସେବାର ଭାରତୀୟ ରପ୍ତାନିକୁ ପ୍ରୋତ୍ସାହନ ଦେବ। ‘ଆତ୍ମନିର୍ଭର ଭାରତ’ ପାଇଁ ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାରକୁ ବଢ଼ାଇବାରେ ଏହାର ସିଧା ପ୍ରଭାବ ପଡ଼ିବ।

Cabinet decission କେନ୍ଦ୍ର କ୍ୟାବିନେଟ ବୈଠକ କ୍ୟାବିନେଟ ନିଷ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026
Latest News

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.