ଭୁବନେଶ୍ବର, କୋଭିଡ ସଚେତନତା ପାଇଁ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ Covid Awareness Clip Album ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରସ୍ତୁତ ପଚାଶ ହଜାରରୁ ଉର୍ଦ୍ଧ୍ୱ କଳାକାରଙ୍କର ସାଂସ୍କୃତିକ ସ୍ୱାକ୍ଷର ବହନ କରିଥିବା ଭିଡିଓ ଗୁଡ଼ିକର ଆଲବମ୍ ସାଂସଦ ଡ. ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ଅର୍ପଣ କରିଥିଲେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ।
ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏଇ ଅଭିଯାନରେ ଗ୍ରାମପଞ୍ଚାୟତ ସ୍ତରରେ କଳାକାରମାନେ ସାମିଲ ହୋଇଥିଲେ ଏବଂ ନିଜ କଳା ପ୍ରଦର୍ଶନ ମାଧ୍ୟମରେ ତଥା ନିଜ ବକ୍ତବ୍ୟ ଜରିଆରେ ଏହି ବାର୍ତ୍ତାକୁ ପ୍ରଦାନ କରିବାର ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ । ଏହିଭଳି ପ୍ରାୟ ଚଉଦହଜାର ରୁ ଅଧିକ ଭିଡିଓ କ୍ଲିପ୍ ୩୩୧୪ ପଞ୍ଚାୟତରୁ କଳାକାରମାନେ ପଠାଇଥିଲେ ଯେଉଁଥିରେ ଅଂଶଗ୍ରହଣ କରିଛନ୍ତି ପଚାଶ ହଜାରରୁ ଉର୍ଦ୍ଧ୍ୱ କଳାକାର । ବିଭିନ୍ନ ଲୋକଗୀତ, ନୃତ୍ୟ ଓ ସାହିତ୍ୟିକ ଅଭିବ୍ୟକ୍ତି ଜରିଆରେ ଏହିଭଳି ବାର୍ତ୍ତାଗୁଡ଼ିକ ଦିଆଯାଇଥିଲା ।