ନୂଆଦିଲ୍ଲୀ: ଫେବୃଆରୀ 15 ଯାଏଁ ଫ୍ୟାସଟ୍ୟାଗ୍ ଅବଧିକୁ ବୃଦ୍ଧି କରାଯାଇଛି । ଫାସ୍ଟାଗ ମାଧ୍ୟମରେ ଟୋଲ୍ ଆଦାୟ ସମୟ ସୀମାକୁ ବୃଦ୍ଧି କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଫେବୃଆରୀ 15 ପରେ ଫ୍ୟାସ୍ଟ୍ୟାଗ୍ ନଥିଲେ 2 ଗୁଣ ଟୋଲ୍ ଫି ଲାଗିବ । ପୂର୍ବରୁ ଆସନ୍ତାକାଲିଠାରୁ ସାରା ଦେଶରେ ଫ୍ୟାସ୍ଟ୍ୟାଗ୍ ଲାଗୁ ହୋଇଥାନ୍ତା । ବର୍ତ୍ତମାନ ସମୟରେ 75ରୁ 80 ପ୍ରତିଶତ ଟୋଲ୍ ଫାସଟାଗ୍ ଯୋଗେ ଆଦାୟ କରାଯାଉଛି। ଟୋଲ୍ ଆଦାୟକୁ ସମ୍ପୂର୍ଣ୍ଣ ଅନ୍ଲାଇନ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।