ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ରୁଡିକି ସିଭିଲ୍ ଲାଇନ୍ କୋତଓ୍ବାଲୀଠାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଦୁଇ ଭଉଣୀ ଜଣକୁ ନିଜ ସ୍ବାମୀ ବୋଲି ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୁଡକୀର ପୂର୍ବ ଅଞ୍ଚଳରେ ରହୁଥିବା ପ୍ରଦୀପ୍ 6ବର୍ଷ ପୂର୍ବରୁ ମେରଠଠାରେ ହୋଇଥିଲା । ପ୍ରଦୀପଙ୍କ ବୈବାହିକ ଜୀବନରେ ଚାରିଜଣ ଝିଅ ରହିଥିଲେ । ଚାରି ମାସ ପୂର୍ରବୁ ପ୍ରଦୀପ୍ ନିଜ ସମ୍ପର୍କୀୟା ଶାଳୀକୁ ନେଇ ଫେରାର ହୋଇଯାଇଥିଲେ । ଏହିଘଟଣା ପରେ ଶଶ୍ବରୁ ଘର ଲୋକେ ପ୍ରଦୀପ ବିରୋଧରେ ମାଓ୍ବାନା ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ୍ ପ୍ରଦୀପଙ୍କ ଖୋଜିବା ଜାରି ରଖିଥିଲା । ଚାରି ମାସ ପରେ ଅର୍ଥାତ୍ ଡିସେମ୍ବର 27ତାରିଖରେ ପ୍ରଦୀପଙ୍କ ସ୍ତ୍ରୀ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟା ଭଉଣୀଙ୍କୁ ରୁଡକୀ ବସ୍ଷ୍ଟାଣ୍ଡ ପାଖରେ ଧରିଥିଲା । ଏହାପରେ ବେଶ୍ ହଙ୍ଗାମା ହୋଇଥିଲା । ଏହାପରେ ତିନିଜଣଯାକ ମାଓ୍ବାନା ଥାନାକୁ ଆସିଥିଲେ ।
ପ୍ରଦୀପଙ୍କ ପ୍ରଥମ ସ୍ତ୍ରୀ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ତାଙ୍କସ୍ବାମୀ ସମ୍ପର୍କୀୟା ଭଉଣୀକୁ ନେଇ ଫେରାର ହୋଇଯାଇଛନ୍ତି । ଅପରପକ୍ଷରେ ସମ୍ପର୍କୀୟା ଶାଳୀଙ୍କ ନଣନ୍ଦ ମଧ୍ୟ ପ୍ରଦୀପଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ପ୍ରଦୀପଙ୍କ ସ୍ତ୍ରୀ ନିଜ ସନ୍ତାନଙ୍କୁ ଧରି ବାପଘରେ ରହିଛନ୍ତି । ତେବେ ପୋଲିସ୍ ଏବେ ଏହି ଘଟଣାର ଯାଞ୍ଚ କରୁଛି ।