Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜର୍ମାନୀ ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା, କଣ ହେଲେ କଥା ?
ଅନ୍ତରାଷ୍ଟ୍ରୀୟ

ଜର୍ମାନୀ ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା, କଣ ହେଲେ କଥା ?

January 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜର୍ମାନୀ ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା, କଣ ହେଲେ କଥା ?

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‍ଦର୍ଶନ ଦେଇ ଆସୁଥିବା ଚାନ୍‍ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ। ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍‍ଦର୍ଶନ ଦେଉଥିବାରୁ ଚାନ୍‍ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁଇନେତା କରୋନା ମହାମାରୀ, ଦ୍ୱିପାକ୍ଷିକ ସଂପର୍କ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତ-ୟୁରୋପୀୟ ସମୁଦାୟ ସଂପର୍କ ସମେତ ବିଭିନ୍ନ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତରେ କରୋନା ଟିକାର ବିକାଶ ସଂପର୍କରେ ଚାନ୍‍ସେଲର ମର୍କେଲଙ୍କୁ ଅବଗତ କରାଇଥିଲେ।

ବିଶ୍ୱର କଲ୍ୟାଣ ପାଇଁ ଭାରତ ନିଜର ସାଧ୍ୟମତେ କରୋନା ଲଢେଇରେ ସାହାଯ୍ୟ ସହଯୋଗ କରିବ ବୋଲି ମୋଦୀ ଜର୍ମାନ ଚାନ୍‍ସେଲରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ କରୋନା ସଂକ୍ରମଣର ନୂଆ ଲହରକୁ ସଫଳତାର ସହ ରୋକାଯାଇଥିବାରୁ ଏଥିପାଇଁ ସେ ଚାନ୍‍ସେଲରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଜର୍ମାନୀ ଆନ୍ତର୍ଜାତିକ ସୌରମେଣ୍ଟରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ। ଜର୍ମାନୀ ସହ ବିପର୍ଯ୍ୟୟ ନିରୋଧୀ ମିଳିତ ମଞ୍ଚରେ ମିଶି କାମ କରିବା ପାଇଁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଭାରତ-ଜର୍ମାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହାଛଡା ଦୁଇଦେଶ ମଧ୍ୟ ରଣକୌଶଳାତ୍ମକ ଅଂଶୀଦାରୀର ୨୦ ବର୍ଷ ପାଳନ କରିବେ। ଦୁଇଦେଶ ମଧ୍ୟରେ ଚଳିତବର୍ଷ ଆନ୍ତଃ ସରକାରୀ ପରାମର୍ଶ ବା ଆଇଜିସିର ଯେଉଁ ଷଷ୍ଠ ବୈଠକ ବସିବ ତାହାକୁ ଆଗୁଆ ଆୟୋଜିତ କରିବାକୁ ଉଭୟ ନେତା ରାଜି ହୋଇ ଏଥିପାଇଁ ମଧ୍ୟ କାର୍ଯ୍ୟସୂଚୀ ଚୂଡାନ୍ତ କରିବାକୁ ଏକମତ ହୋଇଛନ୍ତି।

ଜର୍ମାନୀ ଚାନ୍ସେଲର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ନମ୍ବର ୧ ସ୍ଥାନ ରକ୍ଷା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ: ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ

July 11, 2026

ରୁଷରୁ ତୈଳ କ୍ରୟ ଭାରତର ବଢ଼ାଇବ ସମସ୍ୟା!: ୫୦୦% ଶୁଳ୍କ ପାଇଁ ନୂତନ ବିଲ୍ ଆଣିବ ଆମେରିକା

July 11, 2026
Latest News

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିନେତା ରୋହିତ ଚାନ୍ଦେଲ ଗିରଫ

July 11, 2026

ନମ୍ବର ୧ ସ୍ଥାନ ରକ୍ଷା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ: ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.