Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଲରି ପାଇପ୍‌ଲାଇନ୍ ଯୋଗୁଁ ବିଶ୍ୱବ୍ୟାପୀ ପ୍ରଦୂଷଣ କମୁଛି: ସୋଆ କର୍ମଶାଳା
ଆଜିର ଖବର

ସ୍ଲରି ପାଇପ୍‌ଲାଇନ୍ ଯୋଗୁଁ ବିଶ୍ୱବ୍ୟାପୀ ପ୍ରଦୂଷଣ କମୁଛି: ସୋଆ କର୍ମଶାଳା

January 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ ଆନ୍ତର୍ଜାତିକ କର୍ମଶାଳାରୁ ଜଣାପଡ଼ିଛି।

କୋଲକାତା ସ୍ଥିତ ଆଥା ଗ୍ରୁପ୍‌ର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ପାଇପଲାଇନ୍‌ର ପରିକଳ୍ପନା, ଇଞ୍ଜିନିୟରିଂ ଓ ନିର୍ମାଣ କାର୍ଯ୍ୟଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ବିଷୟବସ୍ତୁ କୁ ନେଇ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ଉପସ୍ଥିତ ବକ୍ତା ମାନେ ସୂଚନା ଦେଇଥିଲେ ଯେ ଏପର୍ଯ୍ୟନ୍ତ ୭୩୮ କିଲୋମିଟର ଦୈର୍ଘ୍ୟ ଓ ବାର୍ଷିକ ୨୪ ଲକ୍ଷ ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି। ୩୫୦୦ କିଲୋମିଟର ଦୈର୍ଘ୍ୟର ଓ ବାର୍ଷିକ ୨ କୋଟି ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇଥିବା ବକ୍ତା ମାନେ ସୂଚନା ଦେଇଛନ୍ତି।
ସେମାନେ କହିଥିଲେ ଯେ ବିଶ୍ୱବ୍ୟାପୀ ୩୦ କୋଟି ଟନ୍‌ର ଖଣିଜ ପଦାର୍ଥ ଏବଂ କୋଇଲା ସ୍ଲରି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଉଛି।

ବାତ୍ୟା, ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ମଣିଷ କୃତ ସମସ୍ୟା ଯୋଗୁଁ ଏହି ପରିବହନ ଉପରେ କୌଣସି ପ୍ରଭାବ ପଡୁନାହିଁ। ଏପରିକି ଏହି ପରିବହନ ସମୟରେ ବ୍ୟବହାର ହେଉଥିବା ୮୫ ରୁ ୯୦ ପ୍ରତିଶତ ଜଳ ପୁଣି ଥରେ ବ୍ୟବହାର ହୋଇପାରିବ ବୋଲି ବକ୍ତାମାନେ ସୂଚନା ଦେଇଛନ୍ତି।

ସାରା ବିଶ୍ୱର ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଯେପରିକି ଆଇରନ୍ ପଥର, କୋଇଲା, ବକ୍‌ସାଇଟ୍‌, ଲିଡ୍‌, ଜିଙ୍କ୍‌, କପର୍‌, ରକ୍‌ ଫସ୍‌ପେଟ, ଫ୍ଲାଇଆସ୍ ଏବଂ ଖଣିରୁ ବାହାରିଥିବା ପଦାର୍ଥ ଏହି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଇପାରିବ।

ଦୂରଗାମୀ ପାଇପ୍‌ଲାଇନ୍ ଦ୍ୱାରା ଖଣିଜ ପଦାର୍ଥ ର ହାଇଡ୍ରୋଲିକ୍ ପରିବହନ କିଭଳି ହୋଇପାରିବ ତା’ ର ବିଭିନ୍ନ ଦିଗ ଉପରେ ଅଧିକ ଜ୍ଞାନ ଆହରଣ କରିବା ସହ ଶିଳ୍ପାନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଆଲୋଚନାକୁ ସୁଯୋଗ ଦେବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌
ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଡି.ଏନ୍‌. ଥାଟୋଇ ସୂଚନା ଦେଇଛନ୍ତି।

୨୪ ଜଣ ବକ୍ତାଙ୍କ ମଧ୍ୟରୁ ୟୁଏସ୍‌ଏ, କାନାଡା, ବ୍ରାଜିଲ୍‌, ଚିଲି, ଜର୍ମାନୀ, ଦ ନେଦରଲ୍ୟାଣ୍ଡସ ଏବଂ ଅଷ୍ଟ୍ରେଲିଆରୁ ୧୪ ଜଣ ଯୋଗ ଦେଇଥିବା ବେଳେ ଅନ୍ୟ ସମସ୍ତ ବିଶେଷଜ୍ଞ ମାନେ ଭାରତୀୟ ଥିଲେ ବୋଲି ପ୍ରଫେସର ଥାଟୋଇ ସୂଚନା ଦେଇଛନ୍ତି।

ପ୍ରଦୂଷଣ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.