ନୂଆଦିଲ୍ଲୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳ ବିଭାଗ ଏକ ନୂଆ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଚାଲିବ ଏକ ଟ୍ରେନ। ଯାହାର ନାମ ରହିବ ନେତାଜୀ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ କଲକା ଭାୟା ଦିଲ୍ଲୀ ହୋଇ ଯିବ। ପୂର୍ବରୁ ଚାଲୁଥିବା ହାୱାଡା କଲକା ମେଲର ନାମ ପରିବର୍ତ୍ତନ କରାଯାଇ ନେତାଜୀ ଏକ୍ସପ୍ରେସ ରଖାଯିବ।
ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ଟୁଇଟ କରି କହିଛନ୍ତି, ଖୁସିର କଥା ରେଳ ବିଭାଗ 12311/12312 ହାୱାଡା କଲକା ଏକ୍ସପ୍ରେସକୁ ସୁବାଷ ବୋଷଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତି କରିଛି। ଏହା ନିଶ୍ଚିତ ନେତାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି।