ନୂଆଦିଲ୍ଲୀ, ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରବଳ ମାତ୍ରେ ନିଆଁ ଲାଗିଛି। ପ୍ରଥମେ ସଂସ୍ଥାର ଦ୍ବିତୀୟ ମହାଲରେ ଏହି ନିଆଁ ଲାଗିଥିଲା। ପରବର୍ତ୍ତି ସମୟରେ ଏହି ତୀବ୍ର ବେଗରେ ଚାରିଆଡେ ଲାଗିଯାଇଥିଲା। ସିରମ ସଂସ୍ଥା ଉତ୍ପାଦନ କରୁଥିବା ଟୀକା ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଛାଡ ପାଇ ନାହିଁ।ନୂଆକରି ପ୍ରତିଷ୍ଠା କରାଯାଇଥିବା ଏହି ଟୀକା କେନ୍ଦ୍ର ମଧ୍ୟ ନିଆଁ ବଳୟ ମଧ୍ୟରେ ରହିଛି। ନିଆଁ ଲିଭାଇବା ପାଇଁ ବର୍ତ୍ତମାନ 10ଟି ଦମକଳ ନିୟୋଜିତ କରାଯାଇଛି।