Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଭାରତୀୟ ଅଧିନାୟକଙ୍କ ଦାବି: ବିରାଟଙ୍କ ସ୍ଥାନରେ ରାହାଣେ ହୁଅନ୍ତୁ ଦଳର ଅଧିନାୟକ
ଆଜିର ଖବର

ପୂର୍ବ ଭାରତୀୟ ଅଧିନାୟକଙ୍କ ଦାବି: ବିରାଟଙ୍କ ସ୍ଥାନରେ ରାହାଣେ ହୁଅନ୍ତୁ ଦଳର ଅଧିନାୟକ

January 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ୨-୧ ରେ ସିରିଜ ଜିତାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲେ। କଙ୍ଗାରୁ ଦଳ ମାତ୍ର ତିନି ଦିନ ଭିତରେ ଭାରତୀୟ ଦଳକୁ ୮ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁ ରହିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକତ୍ଵ କରିଥିଲେ ବିରାଟ କୋହିଲି। କିନ୍ତୁ ସେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିଆସିଥିଲେ।

ତେବେ ସେଭଳି ଚାପ ସମୟରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକତ୍ଵ ଭାର ସମ୍ଭାଳିଥିଲେ। ଅଷ୍ଟ୍ରେଲିଆ ଦଳର ମାଇଣ୍ଡ ଗେମକୁ ସାମ୍ନା କରି ସେ ଦଳକୁ ଅତି ମଜବୁତରେ ଠିଆ କରିଥିଲେ। ଯାହାଫଳରେ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଅଷ୍ଟ୍ରେଲିଆକୁ ଭାରତ ୮ ୱିକେଟରେ ହରାଇ ଏକ ବଡ ବିଜୟ ହାସଲ କରିଥିଲା।

ଏହି ମ୍ୟାଚରେ ରାହାଣେ ଏକ ସୁନ୍ଦର ଶତକ ହାସଲ କରି ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ, ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ ଏବଂ ଶେନ ୱାର୍ନ ଏହି ମ୍ୟାଚ ପାଇଁ ରାହାଣେଙ୍କୁ ପ୍ରଶଂସା କରିଥିଲେ। ଭାରତର ପୂର୍ବତନ ଅଧିନାୟକ ବିଶନ ସିଂହ ବେଦି ଭାରତୀୟ ଦଳର ବିରାଟଙ୍କ ସ୍ଥାନରେ ରାହାଣେଙ୍କୁ ନିୟମିତ ଅଧିନାୟକ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ।

ବେଦି କହିଥିଲେ ଯେ, ଅଜିଙ୍କ୍ୟ ରାହାଣେଙ୍କ ଏହି ଖେଳ ମତେ ଟାଇଗର ପଟୌଦିଙ୍କୁ ମନେ ପକାଇଦେଇଛି। ରାହାଣେ ଯେଉଁପରି ଭାବେ ଆହତ ଦଳର ଅଧିନାୟକତ୍ଵ କରି ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କଲେ ତାହା ପ୍ରଶଂସା ଯୋଗ୍ୟ ଅଟେ। ରାହାଣେଙ୍କ ପାଖରେ ବୋଲରଙ୍କୁ ପରିବର୍ତ୍ତନ ଏବଂ କ୍ଷେତ୍ର ରକ୍ଷଣ ସଜାଇବାର କଳା ପଟୌଦିଙ୍କ ଭଳି ଦେଖାଯାଉଛି। ଟିମ ଇଣ୍ଡିଆକୁ ମହାନ ବ୍ୟାଟ୍ସମ୍ୟାନ ଏବଂ ସାଧାରଣ ଅଧିନାୟକଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ସମୟ ଆସିଯାଇଛି। ଏହାସହିତ କୋହିଲି ମଧ୍ୟ ଭାରତ ପାଇଁ ଅଧିକ ଦିନ ଖେଳି ପାରିବେ।

ଅଜିଙ୍କ୍ୟ ରାହାଣେ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Latest News

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.