Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବ୍ରହ୍ମପୁରରେ ଅନୁଷ୍ଠିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ
ଆଜିର ଖବର

ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବ୍ରହ୍ମପୁରରେ ଅନୁଷ୍ଠିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ

January 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହେମାଙ୍ଗ ପ୍ରସାଦ ରାଉଳ
 ବ୍ରହ୍ମପୁର: ଜାତୀୟ କନ୍ୟା ଦିବସ ଅବସରରେ ବ୍ରହ୍ମପୁର ଠାରେ ଶିକ୍ଷାବିତ୍ ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି।
ଏହି କ୍ରମରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତମା ଜେନା, ଏମକେସିଜି ମେଡ଼ିକାଲ କଲେଜ ଫାର୍ମୋକୋଲୋଜି ବିଭାଗୀୟ ମୁଖିଆ ପ୍ରଫେସର ଜୟନ୍ତୀପ୍ରଭା ବେହରା, ମେଡିସିନ୍ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ଉମା ଶଙ୍କର ମିଶ୍ର, ସମାଜସେବୀ ଆର୍‌. ସୁନନ୍ଦା ଚୌଧୁରୀ, ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା, ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ମୋହନ ରାଓ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ।
ଡ଼. ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଅନୁଷ୍ଠାନ କିପରି ନାରୀ ମାନଙ୍କ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇ ପାରୁଛି ତାର ବର୍ଣ୍ଣନା କରିବା ସହ ଅତିଥି ମାନେ ଏଥି ପାଇଁ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜିର ନାରୀ ଆଉ ଅବଳା କି ଦୁର୍ବଳା ନୁହଁ, ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ସବୁ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ନାରୀ ବିନା ପରିବାର ଅଧୁରା। ଏଣୁ ଆଜିର ଦିବସରେ କନ୍ୟା ମାନଙ୍କୁ ସଂକଳ୍ପବଦ୍ଧ ହୋଇ ନିଜ ପଥରେ ଆଗେଇ ଯିବାକୁ ଅତିଥି ମାନେ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଗତ ମେଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ମଧୁସ୍ମିତା ବେହେରା ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭଲକ୍ଷ୍ମୀ ପାଢ଼ୀଙ୍କୁ କିସ୍ ପକ୍ଷରୁ ପ୍ରଦତ ମାନପତ୍ର ଓ ପୁଷ୍ପଗୁଚ୍ଛ ଅତିଥି ମାନେ ପ୍ରଦାନ କରିଥିଲେ। ପ୍ରଭାତ କୁମାର ସ୍ୱାଇଁ ମାନପତ୍ର ପଠ କରିଥିବା ବେଳେ ଶିବ ଶଙ୍କର ସାହୁ, ସରୋଜ କୁମାର ମିଶ୍ର, ପ୍ରିୟମ୍ବଦା ଓ ଶ୍ରୀକାନ୍ତ ମିଶ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କିସ୍ ଡ. ସିମାଂଚଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଅଚ୍ୟୁତ ସାମନ୍ତ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.