Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିନିମାସ ଭିତରେ କେବଳ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରୁ କିଣା ହୋଇଛି ୧୯୪ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ- ଏଠି ଦାତା କିଏ ଓ ଗ୍ରହିତା କିଏ??
ବିଶେଷ ଖବର

ତିନିମାସ ଭିତରେ କେବଳ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରୁ କିଣା ହୋଇଛି ୧୯୪ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ- ଏଠି ଦାତା କିଏ ଓ ଗ୍ରହିତା କିଏ??

April 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ସବୁଦିନ ପାଇଁ କଳୁଷିତ କରି ରଖିବାରେ ନରେନ୍ଦ୍ର ମୋଦୀ ସରକାରଙ୍କ କୁତ୍ସିତ ଯୋଗଦାନ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ସବୁଦିନ ଲାଗି ପଢାଯିବ। ରାଜନୈତିକ ଦଳ ଗୁଡିକ କେଉଁ ସୂତ୍ରରୁ ନିଜର ଅର୍ଥ ସଂଗ୍ରହ କରୁଛନ୍ତି, ତାହା ଜାଣିବାର କୌଣସି ଉପାୟ ଏବେ ଆଉ ସାଧାରଣ ନାଗରିକର ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଉର୍ବର ମସ୍ତିଷ୍କରୁ ବାହାରିଥିବା “ଇଲେକ୍ଟୋରାଲ ବଣ୍ଡ” ଯୋଜନାରେ ଏବେ କିଏ କେଉଁ ରାଜନୈତିକ ଦଳକୁ ଚାନ୍ଦା ଦେଉଛି ତାହା ଜାଣିବାର ଉପାୟ ଏବେ ଆଉ ନାହିଁ। ଅନ୍ୟ କୌଣସି ସରକାର ହୋଇଥିଲେ ଏହାକୁ ନେଇ ସାରା ଦେଶରେ ପ୍ରଚୁର ପ୍ରତିବାଦ ହୋଇଥାନ୍ତା। ହେଲେ ମୋଦୀ ସରକାରକୁ ବିରୋଧ କରିବା ଯେହେତୁ ଅଘୋଷିତ ଦେଶଦ୍ରୋହ ଭାବରେ ପରିଗଣିତ, ଏଠି କେହି ଆଉ ପ୍ରତିବାଦ କରି ନାହାନ୍ତି। ଏବେ ଠିକ ନିର୍ବାଚନ ସମୟରେ ନିର୍ବାଚନ କମିଶନ ଓ ସୁପ୍ରିମ କୋର୍ଟ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି। ହେଲେ ଏବେ ନେଡି ଗୁଡ କହୁଣିକୁ ବୋହି ସାରିଲାଣି।

ଇତି ମଧ୍ୟରେ ପୁନେ ର ଜନୈକ ନାଗରିକ ବିହାର ଦୁର୍ବେ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପାଇଛନ୍ତି ତାହା ଅତ୍ୟନ୍ତ ଉଦ୍ବେଗଜନକ। ୨୦୧୮ ବର୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦୫୪ କୋଟି ୭୩ ଲକ୍ଷ ୪୨ ହଜାର ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକିଥିବା ବେଳେ ଗତ ତିନିମାସ ଅର୍ଥାତ ୨୦୧୯ ମସିହା ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ଏହା ୧୭୧୬ କୋଟି ପାଞ୍ଚ ଲକ୍ଷ ୧୪ ହଜାରରେ ପହଞ୍ଚିଛି।  ତେବେ ଏ ସବୁ ବଣ୍ଡ କିଣିଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ କିଏ ଏକଥା ଜାଣିବାର କୌଣସି ଉପାୟ ନାହିଁ। ଇଲେକ୍ଟୋରାଲ ବଣ୍ଡ ହେଲା ଦିନଠୁ ଏହାର ସର୍ବାଧିକ ଲାଭ ଭାରତୀୟ ଜନତା ପାର୍ଟି ଉଠାଇ ଚାଲିଛି। ପ୍ରତିଷ୍ଠିତ ଡିଜିଟାଲ ଗଣମାଧ୍ୟମ ଦି କୁଇଣ୍ଟ ର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୧୮ ରେ ଦେଶରେ ୨୨୨ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଥିବା ବେଳେ ଏଥିରୁ ୯୫% ଅର୍ଥାତ ୨୧୦ କୋଟି ଟଙ୍କା କେବଳ ବିଜେପି ଖାତାକୁ ଆସିଥିଲା।

ଏବେ ପ୍ରଶ୍ନ ଉଠୁଛି ମାତ୍ର ତିନି ମାସରେ ଯେଉଁ ୧୭୧୬ କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି ଏହାର ପ୍ରାପକ କିଏ? ନିର୍ବାଚନ ପାଣ୍ଠି ବଢାଇବାରେ ଶାସକ ବିଜେପି ଯେଉଁ ପ୍ରକାର ଅଭିବୃଦ୍ଧି ହାସଲ କରୁଛି, ତାହା ଗତ ସତୁରୀ ବର୍ଷର ଶାସନରେ କେବେହେଲେ ଦେଖିବାକୁ ମିଳିନଥିଲା। ପ୍ରଥମଥର ଲାଗି ଦେଶର କର୍ପୋରେଟ ସଂସ୍ଥା ଗୁଡିକ କେବଳ ବିଜେପିକୁ ଚାନ୍ଦା ଦେଇ ଚାଲୁଛନ୍ତି। ନିଜକୁ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ବୋଲି କହୁଥିବା ମୋଦୀ ସରକାର ନିଜ ଦଳର ଚାନ୍ଦାକୁ ମଧ୍ୟ ଗୋପନ ରଖୁଛନ୍ତି। ଗୋପନୀୟତାରେ ବିଶ୍ଵାସ କରୁଥିବା ଏକ ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ, ଏକଥା ଆମେ ବିଶ୍ଵାସ ଯଦି ନକରୁ ତାହେଲେ ଆମ ନିଜର ଗଣତନ୍ତ୍ର ବିପନ୍ନ ହେବା ସୁନିଶ୍ଚିତ ।

ବିହାର ଦୁର୍ବେ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ସୂତ୍ରରୁ ପାଇଛନ୍ତି ସେଥିରେ ପାଞ୍ଚଟି ମୁଖ୍ୟ ସହରର ଇଲେକ୍ଟୋରାଲ ବଣ୍ଡ ବିଷୟରେ ସୂଚନା ରହିଛି। ଦେଶର ପାଞ୍ଚଟି ପ୍ରମୁଖ ସହରରୁ ଜାରି ହୋଇଥିବା ବଣ୍ଡ ର ପ୍ରଚୁର ଅର୍ଥରାଶି ର ସୂଚନା ଅନୁଯାୟୀ ଗତ ତିନି ମାସରେ ମୁମ୍ବାଇ ରୁ ୪୯୫ କୋଟି ୬୦ ଲକ୍ଷ ୧୨ ହଜାର, ଦିଲ୍ଲୀରୁ ୨୦୫ କୋଟି ୯୨ ଲକ୍ଷ ୧ ହଜାର, ହାଇଦରାବାଦରୁ ୨୯୦ କୋଟି ୫୦ ଲକ୍ଷ , କୋଲକାତା ରୁ ୩୭୦ କୋଟି ୭ ଲକ୍ଷ ଓ ଭୁବନେଶ୍ବରରୁ ୧୯୪ କୋଟି ୧ ଲକ୍ଷ ୧ ହଜାର ଟଙ୍କାର ବଣ୍ଡ ବିକ୍ରି ହୋଇଛି। ଉଭୟ ସରକାରୀ ଓ ବେସରକାରୀ କର୍ପୋରେଟ ଇଲେକ୍ଟୋରାଲ ବଣ୍ଡ କିଣିପାରିବାର ବ୍ୟବସ୍ଥା ରହିଛି। ଜାତୀୟ କମ୍ପାନୀ ଯଥା ନାଲକୋ ଓ ମହାନଦୀ କୋଲ ଫିଲ୍ଡ ଏ ପ୍ରକାର ଇଲେକ୍ଟୋରାଲ ବଣ୍ଡ ଭୁବନେଶ୍ବରରେ କିଣିଛନ୍ତି କି? ଓଡିଶାର କର୍ପୋରେଟ ସ୍ଥିତି କୁ ଦେଖିଲେ ତିନି ମାସରେ ୧୯୪ କୋଟି ଟଙ୍କା ଅତି ଅସାଧାରଣ ମନେ ହେଉଛି।

ବାସ୍ତବରେ ଏ ଟଙ୍କା କିଏ ଦେଇଛି ଓ କେଉଁ ସବୁ ଦଳ ଏଥିରୁ ଟଙ୍କା ପାଇଛନ୍ତି ତାହାର ଅନୁସନ୍ଧାନ ବର୍ତ୍ତମାନର ନିୟମ ଅଧୀନରେ ହୋଇ ପାରିବ ନାହିଁ। ତେବେ ଆମେ ସାଧାରଣ ନାଗରିକମାନେ କରିବା କଣ? ୨୦୧୨ ମସିହାରେ ସାରା ଦେଶରେ ଦୁର୍ନୀତି ବିରୋଧରେ ଯେଉଁ ମହାଯୁଦ୍ଧ ଆରମ୍ଭ ହୋଇଥିଲା ତାହା ଯେ ବିଜେପି ପ୍ରାୟୋଜିତ ଏକ ସୁଆଙ୍ଗ ଥିଲା ତାହା ଆଜି ପ୍ରମାଣିତ ହୋଇସାରିଛି। ଆଜି ନିର୍ବାଚନ ପାଇଁ ଗୋପନ ସୂତ୍ରରୁ ଏ ଯେଉଁ ବିପୁଳ ଅର୍ଥ ସଂଗ୍ରହ ହେଉଛି, ଏହା ସରକାର ଗଢିବାର “ଫିକ୍ସିଙ୍ଗ” ନୁହଁ ତ! ଗୋପନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦେଶର ଗଣତନ୍ତ୍ରକୁ ଆଜି ବନ୍ଧା ପକା ଯାଉନାହିଁ ତ!!

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.